ଭୁୁବନେଶ୍ୱର ଆତଙ୍କୀ ଲିଙ୍କର ଖୋଳତାଡ଼ କରିବ ଏସଟିଏଫ
ଗତ ଶନିବାର କ୍ୟାପିଟାଲ ଥାନା ଅଂଚଳରୁ ଦିଲ୍ଲୀ ପୁଲିସ ଉଠାଇ ନେଇଥିବା ଶେଖ ଇମ୍ରାନକୁ ନେଇ ଆସିଛି ବଡ଼ ଖବର । ଏହି ମାମଲାର ତଦନ୍ତ କରିବ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ।
ତା’ର ସୋସିଆଲ ଆକାଉଂଟକୁ ନେଇ ଖୋଳତାଡ଼ କରାଯିବ ।
ତା’ର ସୋସିଆଲ ଆକାଉଂଟରେ କେଉଁମାନେ ଯୋଗ ଦେଇଥିଲେ, କାହା କାହା ସହିତ ସେ କଥା ହେଉଥିଲା, କ’ଣ ମେସେଜ ପଠାଉଥିଲା ତା’ର ତଦନ୍ତ ହେବ ।
ଏହି ତଦନ୍ତ ରିପୋର୍ଟ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ଦିଆଯିବ ବୋଲି ଏସଟିଏଫ୍ ଏସ୍ପି ରବି ଶତପଥୀ କହିଛନ୍ତି ।
ତା’ର ଚାଟିଂକୁ ଯାଂଚ କରାଯାଇ ସେଥିରେ ଦେଶର ପ୍ରତିରକ୍ଷା ସମ୍ପର୍କିତ କୌଣସି ସୂଚନା ଅଛି କି ନାହିଁ, ତା’ର କୌଣସି ଆତଙ୍କୀ ସଂଗଠନ ସହିତ ସମ୍ପର୍କ ରହିଥିଲା କି ନାହିଁ ଏବଂ ସେ ହନିଟ୍ରାପର ଶିକାର ହୋଇଥିଲା କି ନାହିଁ ତା’ର ମଧ୍ୟ ଏସଟିଏଫ ତଦନ୍ତ କରିବ ବୋଲି ଏସପି ଶ୍ରୀ ଶତପଥୀ କହିଛନ୍ତି ।