କୋଟିଆରେ ପଶିଲେ ଆନ୍ଧ୍ର ମନ୍ତ୍ରୀ
କୋରାପୁଟର କୋଟିଆରେ ପୁଣି ପଶିଛି ପଡ଼ୋଶୀ ଆନ୍ଧ୍ର ।
ଆଜି ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ ଗୁମ୍ମଡ଼ି ସନ୍ଧ୍ୟାରାଣୀ ପହଂଚି ନେରେଡ଼ିବାଲସା ଗାଁ ବୁଲିବା ସହ ନୂଆ ରାସ୍ତାର ଉଦ୍ଘାଟନ କରିଛନ୍ତି ।
ଏଥିସହିତ ଆନ୍ଧ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଛନ୍ତି ।
ଆନ୍ଧ୍ରର ଆଦିବାସୀ, ମହିଳା ଓ ଶିଶୁ କଲ୍ୟାଣମନ୍ତ୍ରୀ ଗୁମ୍ମଡ଼ି ସନ୍ଧ୍ୟାରାଣୀ କୋଟିଆରେ ନିର୍ମିତ ନୂତନ ରାସ୍ତାକୁ ଉଦ୍ଘାଟନ କରିଛନ୍ତି ।