ଶାଶୂ ଓ ଶ୍ୱଶୂରଙ୍କୁ ଜାଳିଲା ଜ୍ୱାଇଁ
ବାରିପଦାର ନାଉପଦ ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।
ଜଣେ ଜ୍ୱାଇଁ ତାଙ୍କ ଶାଶୂ ଓ ଶ୍ୱଶୂରଙ୍କୁ ଜିଅନ୍ତା ଜାଳିପୋଡ଼ି ହତ୍ୟା କରିବାର ଉଦ୍ୟମ ଜ୍ୱାଇଁ କରିଛନ୍ତି ।
ପାରିବାରିକ କଳହରୁ ପେଟ୍ରୋଲ ଢାଳି ଜ୍ୱାଇଁ ନିଅାଁ ଲଗାଇ ଦେଇଥିଲେ ।
ଏଥିରେ ଶାଶୂ ଓ ଶ୍ୱଶୂର ଗୁରୁତର ହୋଇଥିବାବେଳେ ସେମାନଙ୍କ ଚିକିତ୍ସା ପାଇଁ ପିଆରଏମ ମେଡିକାଲରେ ଭର୍ତି କରାଯାଇଛି ।
ତେବେ ଏଭଳି ପିଶାଚିକ କାମ କରି ଅଭିଯୁକ୍ତ ଜ୍ୱାଇଁ ଫେରାର ହୋଇଥିବାବେଳେ ଶୁଳିଆପଦା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।