ଫେସବୁକ୍ ବ୍ୟବହାରକାରୀଙ୍କ ପାଇଁ ଆଉ ଏକ ସୁଯୋଗ
ଫଲୋଅର୍ସ ବଢ଼ିଲେ ମିଳିବ ୨,୭୮,୦୦୦ ଟଙ୍କା !
ଯଦି ଆପଣ ଜଣେ କଟେଂଟ କ୍ରିଏଟର ଏବଂ ସୋସିଆଲ୍ ମିଡ଼ିଆରେ ଅଧିକ ରୋଜଗାର କରିବାକୁ ଚାହୁଁଛନ୍ତି, ତେବେ ଆପଣମାନଙ୍କ ପାଇଁ ଏହା ଏକ ଖୁସିର ଖବର କହିଲେ ଅତୁ୍ୟକ୍ତି ହେବ ନାହିଁ, ଯେଉଁ ଖବର ସଂପ୍ରତି ସାଧାରଣଙ୍କ ସାମ୍ନାକୁ ଆସିଛି ।
ଫେସବୁକ କ୍ରିଏଟର ଫାଷ୍ଟ ଟ୍ରାକ୍ ନାମକ ଏକ ନୂତନ ପୋଗ୍ରାମ ଲଂଚ ହୋଇଛି । ଯାହାକି କ୍ରିଏଟରମାନଙ୍କୁ ଦ୍ରୁତ ଗତିରେ ବୃଦ୍ଧି ଏବଂ ରୋଜଗାର କରିବାର ସୁଯୋଗ ପ୍ରଦାନ କରିଥାଏ ।
ଫେସବୁକର ଏହି ନୂତନ କାର୍ଯ୍ୟକ୍ରମ ବିଶେଷ ଭାବେ ସେହି କ୍ରିଏଟରମାନଙ୍କ ପାଇଁ ଡିଜାଇନ କରାଯାଇଛି, ଯେଉଁମାନେ ପ୍ଲାଟଫର୍ମରେ ନୂଆ କିମ୍ବା ପୁନଃ ଯୋଗଦାନ କରିବାକୁ ଆଗ୍ରହୀ । ଏହି ପ୍ରୋଗ୍ରାମରେ ରୋଜଗାର ଆପଣଙ୍କ ଫଲୋଅର୍ସଙ୍କ ଉପରେ ନିର୍ଭର କରେ ।
ଇନଷ୍ଟାଗ୍ରାମ, ୟୁଟ୍ୟୁବରେ ଅତି କମରେ ୧ଲକ୍ଷ ଫଲୋଅର୍ସ ଥିବା କ୍ରିଏଟରମାନେ ପ୍ରତିମାସରେ ଏକ ହଜାର ଟଙ୍କା ରୋଜଗାର କରିପାରିବେ । ୧ ନିୟୁତରୁ ଅଧିକ ଫଲୋଅର୍ସ ଥିବା କ୍ରିଏଟରମାନେ ପ୍ରତି ମାସରେ ୨,୭୮,୦୦୦ଟଙ୍କା ରୋଜଗାର କରିପାରିବେ ବୋଲି ଜଣାପଡ଼ିଛି ।