ଆପାର୍ଟମେଂଟରୁ ଉଦ୍ଧାର ଝୁଲନ୍ତା ମୃତଦେହ
ପିପିଲି ଥାନା ଅନ୍ତର୍ଗତ ଗୋବିନ୍ଦପୁର ମାଟିଆପଡ଼ା ଅଂଚଳରେ ଏକ ଝୁଲନ୍ତା ମୃତଦେହ ଉଦ୍ଧାରକୁ ନେଇ ଚର୍ଚା ଆରମ୍ଭ ହୋଇଛି ।
ଜଣାପଡ଼ିଛି ଯେ ଏକ ଆପାର୍ଟମେଂଟ ଘର ମଧ୍ୟରୁ ଜଣେ ଅଭିଯୁକ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଦାର ହୋଇଛି । ମୃତକ ଜଣକ ସୁଧାଂଶୁ ଭୂଷଣ ବେହେରା ବୋଲି ଜଣାପଡ଼ିଛି ।
ସେ କଟକ ଜିଲାର ବାସିନ୍ଦା ହୋଇଥିବାବେଳେ ପିପିଲି ଥାନା ଅନ୍ତର୍ଗତ ଗୋବିନ୍ଦପୁରମାଟିଆପଡ଼ାସ୍ଥିତ ଆପାର୍ଟମେଂଟରେ ଭଡ଼ା ସୂତ୍ରରେ ରହୁଥିଲେ ।
ତାଙ୍କ ନାମରେ ବିଭିନ୍ନ ଥାନାରେ ୬ଟି ମାମଲା ଥିବା ଜଣାପଡ଼ିଛି । ଭୁବନେଶ୍ୱର ମହିଳା ଥାନାରେ ହୋଇଥିବା ଏକ ମାମଲାରେ ତାକୁ ଧରିବା ପାଇଁ ମହିଳା ଥାନା ପୁଲିସ ଓ ପିପିଲି ପୁଲିସ ମିଳିତ ଭାବେ ବୁଧବାର ରାତିରେ ଉକ୍ତ ଆପାର୍ଟମେଂଟରେ ଚଢ଼ଉ କରିଥିଲେ । ପଙ୍ଖାରେ ଦଉଡି ଦେଇ ବେକରେ ଫାଶ ଲଗାଇ ଝୁଲନ୍ତା ଅବସ୍ଥାରେ ପୁଲିସ ଉଦ୍ଧାର କରିଥିଲା ।
ପରେ ପିପିଲି ମେଡ଼ିକାଲ ଆଣିଥିବାବେଳେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଆତ୍ମହତ୍ୟା କରିଥିବା ଘର ମଧ୍ୟରୁ ମୃତକଙ୍କ ୨ଟି ମୋବାଇଲ ଫୋନ ଓ କିଛି ଲେଖା କାଗଜକୁ ପୁଲିସ ଜବତ କରି ତଦନ୍ତ ଜାରି ରଖିଛି ।