‘ଅପରେସନ ସିନ୍ଦୁର ୨.୦’ ପାଇଁ ପ୍ରସ୍ତୁତି ନେଉଛି ଭାରତ : ସେନା ମୁଖ୍ୟ
ଅପରେସନ ସିନ୍ଦୁରକୁ ନେଇ ଶନିବାର ଏକ ବଡ଼ ଅପଡେଟ ସାଧାରଣଙ୍କ ସାମ୍ନାକୁ ଆସିଛି ।
ସେନାମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଯେ ଭାରତ ଅପରେସନ ସିନ୍ଦୁର ୨.୦ ପାଇଁ ପ୍ରସ୍ତୁତି କରୁଛି । ସେ କହିଛନ୍ତିଯେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନର କାର୍ଯ୍ୟାନୁଷ୍ଠାନର ଜବାବରେ ସେନାର ଆଭିମୁଖ୍ୟ ପୂର୍ବଭଳି ରହିଛି । ସେନାମୁଖ୍ୟ ଆହୁରି କହିଛନ୍ତି ଯେ ଅପରେସନ ସିନ୍ଦୁର ଏବେ ବି ଜାରି ରହିଛି ଏବଂ ବର୍ତମାନର ପରିସ୍ଥିତିକୁ ଶ୍ୟତୁତାରେ ଏକ ଅସ୍ଥାୟୀ ବିରତି ଭାବେ ବର୍ଣ୍ଣନା କରିଛନ୍ତି ।
ପାକିସ୍ତାନର ନାମ ଉଚ୍ଚାରଣ ନ କରି ଭାରତର ସାମରିକ ପ୍ରସ୍ତୁତିକୁ ଉଜ୍ୱଳ କରି ଏକ ଦୃଢ଼ ବାର୍ତା ଦେଇଛନ୍ତି । ସେ ସୂଚିତ କରିଛନ୍ତି ଯେ ଯଦି ଏକ ନୂତନ ଅପରେସନ ଆବଶ୍ୟକ ହୁଏ, ତେବେ କେବଳ ସେନା ନୁହେଁ, ବରଂ ବାୟୁସେନା ଏବଂ ନୌସେନା ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ।
ତାଙ୍କର ବକ୍ତବ୍ୟ ଥିଲା ଯେ ଆମ୍ଭେ ତିନିଟି ସେବା ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ଏବଂ ପରବର୍ତୀ ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରିବା ଉପରେ ଧ୍ୟାନ ଦେଉଛୁ ।
ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ସୂଚନା ଯୁଦ୍ଧ କେବଳ ସେତେବେଳେ ସଫଳ ହୁଏ, ଯେତେବେଳେ ଏହା ସମଗ୍ର ଦେଶକୁ ଏକ ସାଧାରଣ କଥା ପଛରେ ଏକତ୍ରିତ କରେ । ସେ କହିଛନ୍ତି ଯେ ସୂଚନା ଯୁଦ୍ଧ କେବଳ ସେତେବେଳେ ସଫଳ ହୁଏ, ଯେତେବେଳେ ସମଗ୍ର ଦେଶ ଏକତ୍ରିତ ହୁଏ ଏବଂ ସୂଚନା ପ୍ରଦାନ କରୁଥିବା ଲୋକଙ୍କୁ ବିଶ୍ୱାସ କରେ ।
ଯଦି ଏହା ଘଟେ, ତେବେ ମୁଁ ଆପଣଙ୍କୁ ନିଶ୍ଚିତ କରିପାରେ ଯେ ପରସ୍ପରକୁ ଏବଂ ଏହି ସମସ୍ତ ଅଂଶଦାରମାନଙ୍କୁ ବିଶ୍ୱାସ କରୁଥିବା ଦେଶ ସର୍ବଦା ଯୁଦ୍ଧରେ ବିଜୟୀ ହେବ ।