ଦିଲ୍ଲୀ, ମହାରାଷ୍ଟ୍ରକୁ ପଛରେ ପକାଇଲା ଅରୁଣାଚଳ ପ୍ରଦେଶ
ଅରୁଣାଚଳ ପ୍ରଦେଶ, ଦେଶର ଏକ ଛୋଟ ରାଜ୍ୟ ଭାବେ ବିଶେଷ ଭାବେ ଜଣାଶୁଣା । ଜିଏସଟି ରାଜସ୍ୱ ବୃଦ୍ଧିରେ ଏହି ରାଜ୍ୟ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି ।
ଯାହାକୁ ଏକ ପ୍ରମୁଖ ସଫଳତା ବୋଲି ବିବେଚନା କରାଯାଉଛି ।
ଏପ୍ରିଲ ୨୦୨୫ ମସିହାରୁ ୨୦୨୬ ମଧ୍ୟରେ ରାଜ୍ୟ ଜିଏସଟି ସଂଗ୍ରହରେ ଆଶ୍ଚର୍ଯ୍ୟଜନକ ୨୭.୫ ପ୍ରତିଶତ ବୃଦ୍ଧି ରେକର୍ଡ କରିଛି ।
ଏହି ସଂଖ୍ୟା ଆଶ୍ଚର୍ଯ୍ୟଜନକ ରହିଛି, କାରଣ ଏହି ଜାତୀୟ ହାର ୬.୪ ପ୍ରତିଶତର ଚାରିଗୁଣରୁ ଅଧିକ । କେନ୍ଦ୍ରୀୟ ଜିଏସଟି ସଂଗ୍ରହ ଗତ ବର୍ଷ ୪୦୭କୋଟିରୁ ବୃଦ୍ଧି ପାଇ ୫୨୬କୋଟିକୁ ବୃଦ୍ଧି ପାଇଛି ।
ମୋଟ ଜିଏସଟି ସଂଗ୍ରହ ଗତବର୍ଷ ୧୨୦୧ କୋଟି ତୁଳନାରେ ୧୫୨୭ କୋଟିରେ ପହଂଚିଛି । ଏହାର ଅର୍ଥ ଗୋଟିଏ ବର୍ଷ ମଧ୍ୟରେ ରାଜ୍ୟ କୋଷାଗାରରେ ଅତିରିକ୍ତ ୩୨୬କୋଟି ଟଙ୍କା ଜମା ହୋଇଛି ।
କେନ୍ଦ୍ରୀୟ କର ସଂଗ୍ରହ ୨୯.୪ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ରାଜ୍ୟ କର ସଂଗ୍ରହ ମଧ୍ୟ ୨୬.୫ ପ୍ରତିଶତ ବୃଦ୍ଧି ପାଇଛି । ଜାତୀୟ ସ୍ତରରେ ୨୦୨୫-୨୬ ବର୍ଷ ମଧ୍ୟରେ ଭାରତର ମୋଟ ଘରୋଇ ଜିଏସଟି ସଂଗ୍ରହ ୬.୪ ପ୍ରତିଶତ ବୃଦ୍ଧି ପାଇ ୧୬,୩୧,୭୬୯ କୋଟି ଟଙ୍କା ହୋଇଛି ।
ଏହି ପରିପ୍ରେକ୍ଷୀରେ ଅରୁଣାଚଳ ପ୍ରଦେଶର ୨୭.୫ ପ୍ରତିଶତ ଅଭିବୃଦ୍ଦି ହାର ପ୍ରକୃତରେ ପ୍ରଶଂସନୀୟ । ଏହି ପ୍ରଭାବଶାଳୀ ପ୍ରଦର୍ଶନ ଅରୁଣାଚଳ ପ୍ରଦେଶକୁ ଦେଶରେ ଜିଏସଟି ଅଭିବୃଦ୍ଦିରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଦୃଢ଼ ଭାବେ ପ୍ରତିଷ୍ଠିତ କରିଛି ।
ଏହା କେବଳ ରାଜ୍ୟର ଆର୍ଥିକ ସ୍ଥିତିକୁ ଉନ୍ନତ କରିବ ନାହିଁ, ବରଂ ନୂତନ ବିକାଶ ପଦକ୍ଷେପଗୁଡ଼ିକୁ ମଧ୍ୟ ମଜବୁତ କରିବ ବୋଲି ସାଧାରଣଙ୍କ ବକ୍ତବ୍ୟ ।