ବାଲିକୁଦା ଥାନାଧିକାରୀ ଦୟାଲ ଗଙ୍ଗୱାର ନିଲମ୍ବିତ
ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟାକାଣ୍ଡରେ ବାଲିଅନ୍ତା ଥାନାଧିକାରୀ ଦୟାଲ ଗଙ୍ଗୱାରଙ୍କୁ ଗୃହ ମନ୍ତ୍ରଣାଳୟର ନିର୍ଦେଶକ୍ରମେ ନିଲମ୍ବିତ କରାଯାଇଛି ।
ଏହି ହତ୍ୟାକାଣ୍ଡ ଘଟଣାରେ ଥାନାଧିକାରୀ ଶ୍ରୀ ଗଙ୍ଗୱାରଙ୍କ ଭୂମିକା ସନେ୍ଦହାସ୍ପଦ ହେବା ସହ ସେ ବିବାଦୀୟ ହୋଇପଡ଼ିଥିଲେ ।
ତାଙ୍କର ଦାୟିତ୍ୱହୀନତା ଯୋଗୁଁ ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ଭିଡ଼ ହିଂସାରେ ଜୀବନ ଯାଇଥିବା ଦର୍ଶାଇ ଶ୍ରୀ ଗଙ୍ଗୱାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସସପେଣ୍ଡ କରିବାକୁ ନିର୍ଦେଶ ଦେଇଥିଲେ ।
ତେଣେ ପୁଅ ସୌମ୍ୟରଞ୍ଜନଙ୍କୁ ନିଲମ୍ବିତ ଥାନାଧିକାରୀ ଶ୍ରୀ ଗଙ୍ଗୱାର ମାନସିକ ନିର୍ଯାତନା ଦେଇଆସୁଥିବା ସୌମ୍ୟଙ୍କ ବାପା ମାଆ ଅଭିଯୋଗ କରିଥିଲେ ।