ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତି
ଗୋଟିଏ ମଂଚରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
୪୭ ହଜାର କୋଟିର ପ୍ରକଳ୍ପ ଭିତିପ୍ରସ୍ତର ସ୍ଥାପନ
ଶନିବାର ଥିଲା ଓଡ଼ିଶା ଓ ରାଜ୍ୟବାସୀଙ୍କ ପାଇଁ ଏକ ଐତିହାସିକ ଦିନ ।
ଆଜି ରାଜ୍ୟ ସରକାର ତାଙ୍କ ଶାସନକାଳର ୨ ବର୍ଷ ପୂର୍ତି ପାଳନ ଅବସରରେ ମୟୁରଭଞ୍ଜର ରାଇରଙ୍ଗପୁର ଠାରେ ଆୟୋଜିତ ‘ବିକାଶର ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମରେ ଗୋଟିଏ ମଂଚରେ ଉପସ୍ଥିତ ଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟରେ ଗତ ୨୦୨୪ ଠାରୁ ଏଯାବତ କରାଯାଇଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନାଗୁଡ଼ିକ ବିଷୟରେ ବିସ୍ତୃତ ଭାବେ କହିଥିଲେ ।
ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସମେତ ରାଜ୍ୟପାଳ ହରିବାବୁ କମ୍ବମ୍ପାଟି ଓ ଅନେକ ମନ୍ତ୍ରୀ ଓ ବରିଷ୍ଠ ନେତୃବୃନ୍ଦ ସାମିଲ ହୋଇଥିଲେ ।
ଏହି ସମୟରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ର୍ମୁମୁ ଓ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଦ୍ୱାରା ୪୭ ହଜାର କୋଟି ଟଙ୍କାର ବିସିଜିସିଏଲ କୋଲ ଗ୍ୟାସିଫିକେସନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା ।
ଏଥିରେ ଅନ୍ୟତମ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତି ପରିଡ଼ା, ରୁଦ୍ର ନାରାୟଣ ପାଣି ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ରୁଦ୍ର ନାରାୟଣ ପାଣିଙ୍କ ସମେତ ବହୁ ନେତୃବୃନ୍ଦ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।
ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଅନେକ ରାସ୍ତା, ରେଳ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରାଯାଇଥିଲା ।