ଝାରସୁଗୁଡ଼ା ପୁଲିସକୁ ବଡ଼ ସଫଳତା
୫ ବନ୍ଧୁକ ଜବତ, ୩ ଗିରଫ
ଝାରସୁଗୁଡ଼ା ପୁଲିସକୁ ବଡ଼ ସଫଳତା ମିଳିଛି । ବ୍ରଜରାଜନଗର ଥାନା ଅଂଚଳରୁ ୫ଟି ଦେଶୀ ବନ୍ଧୁକ, ୨୦ ରାଉଣ୍ଡ ଜୀବନ୍ତ ଗୁଳି ଓ ଗୋଟିଏ ବାଇକକୁ ପୁଲିସ ଜବତ କରିଛି । ଏହି ଘଟଣାରେ ପୁଲିସ ସନ୍ତୋଷ ଖିଡ଼କର, ବିଶାଲ ବାଗ ଓ ବଂଟି ପ୍ରସାଦ ନାମକ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଗିରଫ ବଂଟି ବିହାରରୁ ପିସ୍ତଲ ଆଣି ବିଶାଲକୁ ଗୋଟିଏ ଲେଖାଏଁ ପିସ୍ତଲକୁ ୫୦ ହଜାର ଟଙ୍କାରେ ବିକ୍ରି କରିଥିବା ସ୍ୱୀକାର କରିଛି ବୋଲି ଝାରସୁଗୁଡ଼ା ଏସପି ଜେ.ଆର.ରେଡ୍ଡୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଗିରଫ ଅଭିଯୁକ୍ତମାନେ ବିହାରରୁ ଏହି ବନ୍ଧୁକ ଆଣି ସାରା ରାଜ୍ୟକୁ ଚୋରାଚାଲାଣ କରି ମାଲେମାଲ ହେଉଥିବା ଏସପି କହିଛନ୍ତି ।