ଜିତୁ ମୁଣ୍ଡାଙ୍କ ଘରେ ଆରଡିସି
କେଉଁଝରସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ କର୍ତୃପକ୍ଷ ଜଣେ ଆଦିବାସୀ ବ୍ୟକ୍ତ ଜିତୁ ମୁଣ୍ଡାଙ୍କୁ ତାଙ୍କ ଭଉଣୀ କଲରା ମୁଣ୍ଡାଙ୍କ ନାମରେ ଥିବା ଜମାରାଶି ନ ଫେରାଇବା ଘଟଣା ଏବେ ସାରା ଜିଲ୍ଲା ତଥା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦେଶକ୍ରମେ ଏହି ଘଟଣାରେ ବ୍ୟାଙ୍କ କର୍ତୃପକ୍ଷ ଦାୟୀ ବୋଲି ଆରଡିସି ତାଙ୍କ ପ୍ରାଥମିକ ତଦନ୍ତ ରିପୋର୍ଟରେ ଦର୍ଶାଇଛନ୍ତିି ।
ଏହି ଘଟଣାର ଅଧିକ ତଦନ୍ତ ନିମନ୍ତେ ଗୁରୁବାର ଆରଡସି ଖୋଦ ଜିତୁ ମୁଣ୍ଡାଙ୍କ ଘରକୁ ଯାଇଥିଲେ । ସେଠାରେ ସେ ତାଙ୍କୁ ସବୁ କଥା ପଚାରି ବୁଝିଥିଲେ । ଏହି ସମୟରେ ବାରମ୍ବାର ଦୌଡ଼ିବା ପରେ ମଧ୍ୟ ମୃତ ଭଉଣୀର ଟଙ୍କା ତାଙ୍କୁ ଦିଆଯିବ ନାହିଁ ବୋଲି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ କର୍ତୃପକ୍ଷ ମନା କରିଦେଇଥିବା ଜିତୁ କହିଥିଲେ । ଏହି ସମୟରେ ଆରଡିସିଙ୍କ ସମେତ ଉପଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।