ଅରିନ୍ଦମଙ୍କ ନାମରେ ବିଜେଡିର ଏତଲା
ବିଜେପି ନେତା ଅରିନ୍ଦମ ରାୟଙ୍କ ନାମରେ ଟାଙ୍ଗି ଥାନାରେ ବିଜେଡି ଏତଲା ଦେଇଛି ।
ଏନେଇ ଟାଙ୍ଗି ଥାନାରେ ଟାଙ୍ଗି ବ୍ଲକ ଚେୟାରମ୍ୟାନ ମିନାକ୍ଷୀ ଦାସ ଏତଲା ଦେଇଛନ୍ତି ।
ଅରିନ୍ଦମ ଗତ ଶୁକ୍ରବାର ଟାଙ୍ଗି-ଚୌଦ୍ୱାର ବ୍ଲକରେ ହଙ୍ଗାମା କକରିଥିବା ନେଇ ବ୍ଲକ ଚେୟାରମ୍ୟାନ ତାଙ୍କ ଏତଲାରେ ଦର୍ଶାଇଛନ୍ତି ।
ଏହି ଘଟଣାରେ ଅରିନ୍ଦମ ଓ ଅଭୟ ବାରିକଙ୍କ ନାମରେ ବ୍ଲକ ଚେୟାରମ୍ୟାନ ଏତଲା ଦେଇଛନ୍ତି ।
ଗତ ଶୁକ୍ରବାର ଟାଙ୍ଗି-ଚୌଦ୍ୱାର ବ୍ଲକରେ କାର୍ଯ୍ୟରତ ଏବିଡିଓ ଏବଂ ଜଣେ ମହିଳା କର୍ମଚାରୀଙ୍କୁ ଅରିନ୍ଦମ ଓ ଅଭୟ ଉଭୟ ଆସି ଦୁର୍ବ୍ୟବହାର କରିଥିବା ଏତଲାରେ ଦର୍ଶାଯାଇଛି ।
ସୂଚନାଥାଉ କି, ଗତ ଶୁକ୍ରବାର ଟାଙ୍ଗି-ଚୌଦ୍ୱାର ବ୍ଲକରେ ଏବିଡିଓ ଏବଂ ଅରିନ୍ଦମ ମୁହାଁମୁହିଁ ହୋଇଥିଲେ ।
ପଂଚାୟତ ବୈଠକରେ ବିଜେପି ନେତାଙ୍କୁ ଡକାଯାଉନଥିବା ନେଇ ଅରିନ୍ଦମ ରାୟ ଏବଂ ଅଭୟ ବାରିକ ସେଠାରେ ଉପସ୍ଥିତି ଏବିଡିଓଙ୍କୁ ନାଲି ଆଖି ଦେଖାଇଥିଲେ ।