ଭିଡି ସତୀଶନ କେରଳର ମୁଖ୍ୟମନ୍ତ୍ରୀ
କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ ଡେମୋକ୍ରାଟିକ ଫ୍ରନଟ (ୟୁଡିଏଫ) କେରଳ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି । ୧୪୦ ଆସନରୁ ୧୦୨ଟି ଆସନ ଜିତିଛି । ଭିଡି ସତୀଶନ ସୋମବାର ପୂର୍ବାହ୍ନରେ ରାଜଧାନୀ ତିରୁବନନ୍ତପୁରମର ସେଂଟ୍ରାଲ ଷ୍ଟାଡ଼ିୟମର ତାଙ୍କ କାବିନେଟ ସହିତ ପଦ ଏବଂ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି ।
ସତୀଶନଙ୍କୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ପଦ ଏବଂ ଗୋପନୀୟତାର ସହିତ ଶପଥପାଠ କରାଇଛନ୍ତି । ଏହି ସମାରୋହରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭା ସଦସ୍ୟ ରାହୁଳ ଗାନ୍ଧୀ ଏବଂ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ର ଯୋଗ ଦେଇଛନ୍ତି ।
ସେହିପରି କଂଗ୍ରେସ ଶାସିତ ରାଜ୍ୟ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବଂ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ଶୁଖୁ ମଧ୍ୟ ଉପସ୍ଥିତ ଥିଲେ । ସେହିପରି ସମାରୋହରେ ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳ, ବିଜେପି ରେଳ ସଭାପତି ରାଜୀବ ଚନ୍ଦ୍ରଶେଖର, ସିପିଆଇ ନେତା ବିନୟ ବିଶ୍ମମ ପ୍ରମୁଖ ଯୋଗ ଦେଇଛନ୍ତି । ନୂଆ କ୍ୟାବିନେଟରେ ୨୧ଜଣ ସଦସ୍ୟ ବିଶିଷ୍ଟ ପୂର୍ଣ୍ଣ କ୍ୟାବିନେଟର ଆଂଚଳିକ ଏବଂ ମେଂଟ ସନ୍ତୁନଳ ଉପରେ ଗୁରୁତ୍ୱ ଦିଆଯାଇଛି ।
ଭିଡି ସତୀଶନ ରବିବାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥନ ଆେର୍କରଙ୍କୁ ଭେଟି ତାଙ୍କ ଚୂଡ଼ାନ୍ତ ସହଯୋଗୀ ତାଲିକା ଦାଖଲ କରିଥିଲେ । ସତୀଶନଙ୍କ ସମେତ ୨୧ଜଣ ସଦସ୍ୟଙ୍କୁ ନେଇ ଗଠିତ ନୂତନ କ୍ୟାବିନେଟ ଗଠନ ହେବ । ମେଂଟ ଚୁକ୍ତିନାମା ଅନୁଯାୟୀ ମନ୍ତ୍ରିମଣ୍ଡଳରେ ଦୁଇଜଣ ମହିଳା ଏବଂ ଅନୁସୂଚିତ ଜାତି ସମ୍ପ୍ରଦାର ଦୁଇଜଣ ସଦସ୍ୟଙ୍କ ସମେତ ୧୪ଜଣ ନବନିର୍ବାଚିତ ସଦସ୍ୟଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।
ମେଂଟର ମୁଖ୍ୟ ସହଯୋଗୀ ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ ପାଂଚଟି କ୍ୟାବିନେଟ ଆସନ ପାଇଛି ।
ଆଇୟୁଏମଏଲ ରାଜ୍ୟ ସଭାପତି ସୟଦ ସାଦିକ ଅଲି ଶିହାଦ ଥାଙ୍ଗଲ ଘୋଷଣା କରିଛନ୍ତି ଯେ ସରକାରଙ୍କ ଅଧା କାର୍ଯ୍ୟକାଳ ସମାପ୍ତ ହେବା ପରେ ଆଂଚଳିକ ସନ୍ତୁନଳ ବଜାୟ ରଖିବା ପାଇଁ ପ୍ରବୀଣ ନେତା ପରକ୍କଲ ଅବଦୁଲ୍ଲାଙ୍କୁ ମଧ୍ୟ କ୍ୟାବିନେଟରେ ସାମିଲ କରାଯିବ ।