ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ କଳା ପତାକା ପ୍ରଦର୍ଶନ
ବାଙ୍କୀ ବିଧାୟକଙ୍କୁ ପ୍ରବଳ ବିରୋଧ କରାଯାଇଥିବା ପରିଲକ୍ଷିତ ହୋଇଛି ।
ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ କଳା ପତାକା ସହ ବାଙ୍କୀରେ ବିଜେପି କର୍ମୀମାନେ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି ।
ଭଗିପୁରଠାରେ ନୂତନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଉଦ୍ଘାଟନ କରିବାକୁ ଯାଇଥିବା ସମୟରେ ବିରୋଧ କରାଯାଇଥିଲା ।
ବିରୋଧ ସମୟରେ ପୁଲିସ ବିଜେପି କର୍ମୀ ମୁହାଁମୁହିଁ ହେବା ପରେ ଘଟଣାସ୍ଥଳରେ ଚାପା ଉତେଜନା ସୃଷ୍ଟି ହୋଇଥିଲା ।
ତେବେ ପରେ ପୁଲିସର ହସ୍ତକ୍ଷେପ ବଳରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।