ସାଫ ମହିଳା ଫୁଟବଲ : ଭାରତକୁ ଆସିବନି ପାକିସ୍ତାନ ଦଳ
ଆଗାମୀ ମେ ୨୫ରୁ ଜୁନ୍ ୬ତାରିଖ ପର୍ଯ୍ୟନ୍ତ ଗୋଆରେ ହେବାକୁ ଥିବା ଦକ୍ଷିଣ ଏସିଆ ଫୁଟବଲ ମହାସଂଘ (ସାଫ) ମହିଳା ଫୁଟବଲ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବ ନାହିଁ ପାକିସ୍ତାନ ଦଳ ।
ଏଥିପାଇଁ ପାକିସ୍ତାନ ସରକାର ଆପତି ବିହୀନ ପ୍ରମାଣପତ୍ର ଏବଂ ଏନଓସି ପ୍ରଦାନ କରିନାହାଁନ୍ତି ବୋଲି ପାକିସ୍ତାନ ଫୁଟବଲ ମହାସଂଘ ମୁଖପାତ୍ର ସୂଚନା ଦେଇଛନ୍ତି ।
ପାକିସ୍ତାନର ପ୍ରତ୍ୟାହାର ପରେ ଏହି ପ୍ରତିଯୋଗିତା ଏବେ ୬ଟି ଦଳ ଯଥା ଭାରତ, ନେପାଳ, ବାଂଲାଦେଶ, ମାଳଦ୍ୱୀପ ଓ ପୁଟାନ ମଧ୍ୟରେ ହେବ । ଗ୍ରୁପ୍-ଏରେ ନେପାଳ, ଶ୍ରୀଲଙ୍କା ଓ ଭୁଟାନ ଥିବାବେଳେ ଗ୍ରୁପ୍-ବିରେ ଭାରତ, ବାଂଲାଦେଶ ଓ ମାଳଦ୍ୱୀପ ରହିଛି ।
ମାଚ୍ୟଗୁଡ଼ିକ ମାର୍ଗାଓର ଫାଟୋର୍ଡା ଷ୍ଟାଡ଼ିୟମରେ ଖେଳାଯିବ । ପ୍ରାୟ ୧୦ବର୍ଷ ପରେ ଭାରତକୁ ସାଫ ଫୁଟବଲ ଫେରୁଛି ।
ପୂର୍ବରୁ ୨୦୧୬ରେ ସିଲିଗୁଡ଼ିରେ ଏହି ପ୍ରତିଯୋଗିତାର ଆୟୋଜନ ହୋଇଥିଲା ।
ଗତବର୍ଷ ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ଭାରତର ଅପରେସନ ସିନ୍ଦୂର ପରେ ଦୁଇ ଦେଶ ମଧ୍ୟରେ କ୍ରୀଡ଼ା ସମ୍ପର୍କ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ପରିଲକ୍ଷିତ ହୁଏ ।