ଲେଡିଜ ହଷ୍ଟେଲରେ ବୋମାମାଡ଼
ଭୁବନେଶ୍ୱରର ଲକ୍ଷ୍ମୀସାଗର ଅଂଚଳରେ ଏକ ବୋମାମାଡ଼ ଘଟଣାକୁ ନେଇ ଉତେଜନା ପ୍ରକାଶ ପାଇଛି ।
ଜଣାପଡ଼ିଛି ଯେ ଏକ ଲେଡିଜ ହଷ୍ଟେଲ ଉପରକୁ କିଛି ଦୁର୍ବୃତ ବୋମା ପକାଇଥିଲେ । ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଦୁଇଜଣ ଦୁର୍ବୃତ ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି ।
କିଛି ଦିନ ପୂର୍ବରୁ ଏଭଳି ଏକ ଘଟଣା ଘଟିଥିବାବେଳେ ଆଜି ପୁଣି ଘଟିବାଦ୍ୱାରା ହଷ୍ଟେଲ ଅନ୍ତେବାସୀ ଚିନ୍ତାରେ ପଡ଼ିଥିବା ଜଣାପଡ଼ିଛି ।
ପୁଲିସ ପକ୍ଷରୁ କୁହାଯାଇଛି ଯେ ନିକଟସ୍ଥ ସିସି ଟିଭି ଫୁଟେଜରୁ ଦୁଇଜଣ ବୋମା ପକାଉଥିବା ଦେଖାଯାଇଛି । ସେମାନଙ୍କଦ୍ୱାରା ବୋମା ଫିଙ୍ଗିବାଦ୍ୱାରା ହଷ୍ଟେଲରେ ଭଡ଼ା ସୂତ୍ରରେ ରହୁଥିବା ଦୁଇଜଣ ମହିଳା ଆହତ ହୋଇଛନ୍ତି ।
ପୁଲିସର ବକ୍ତବ୍ୟ ଯେ ଦୁର୍ବୃତମାନେ ଦୁଇଜଣ ଥିଲେ, ସମ୍ଭବତଃ ଜମିବାଡ଼ି ମାମଲାକୁ ନେଇ ଏଭଳି କରାଯାଇଛି । ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।