୧୦ରୁ ଟୋଲ ପ୍ଲାଜାରେ ନଗଦ ବନ୍ଦ
ଚଳିତ ମାସ ଅର୍ଥାତ ଏପ୍ରିଲ ୧୦ତାରିଖରୁ ଦେଶର ସମସ୍ତ ଟୋଲ ପ୍ଲାଜାରେ ନଗଦ କାରବାର ସମ୍ପୂର୍ଣ୍ଣ ବନ୍ଦ ହେବ । କେବଳ ଡିଜିଟାଲ ପେମେଂଟ ଜରିଆରେ ଅର୍ଥ ଗ୍ରହଣ କରାଯିବ ।
ଜାତୀୟ ରାଜପଥରେ ଥିବା ସମସ୍ତ ଟୋଲ ପ୍ଲାଜାରେ ନଗଦ କାରବାର ବନ୍ଦ କରିବାକୁ ସରକାର ପୂର୍ବରୁ ନିଷ୍ପତି ନେଇଥିଲେ । ଯାହାକି ଆସନ୍ତା ୧୦ତାରିଖରୁ ଲାଗୁ ହେବ ।
ଭାରତୀୟ ଜାତୀୟ ରାଜପଥ କର୍ତୃପକ୍ଷ (ଏନଏଚଏଆଇ) ପୂର୍ବରୁ କହିଥିଲା ଯେ ଫାସଟ୍ୟାଗ ଓ ୟୁପିଆଇ ଭଳି ଡିଜିଟାଲ ମାଧ୍ୟମରେ ଟୋଲ ଆଦାୟ କରାଯିବ ।
ଟୋଲ ପ୍ଲାଜାରେ ଭିଡ଼ କମ କରିବା ଏବଂ କାରବାରରେ ସ୍ୱଚ୍ଛତା ଆଣିବା ପାଇଁ ଏଭଳି ନିଷ୍ପତି ଗ୍ରହଣ କରାଯାଇଛି । ନଗଦ କାରବାର ବନ୍ଦ କରି ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟବସ୍ଥା ଗ୍ରହଣ କରିବାଦ୍ୱାରା ଟୋଲ ପ୍ଲାଜାରେ ହେଉଥିବା ବିଳମ୍ବ ହ୍ରାସ ପାଇବ ଓ ଗ୍ରାହକଙ୍କ ଅନୁଭୂତିରେ ମଧ୍ୟ ଉନ୍ନତି ଘଟିବ ।
ଦେଶର ୧୧୫୦ରୁ ଅଧିକ ଟୋଲ ପ୍ଲାଜା ରହିଛି ।
ଆସନ୍ତା ୧୦ ତାରିଖରୁ ଏଭଳି ନିୟମ କାର୍ଯ୍ୟକାରୀ ହେବ ।