ଜନଗଣନା ତଥ୍ୟ ଆରଟିଆଇ ପରିସରଭୁକ୍ତ ନୁହେଁ
ଆସନ୍ତା ୨୦୨୭ ପାଇଁ ସରକାରଙ୍କ ନିର୍ଦେଶକ୍ରମେ ସମଗ୍ର ଦେଶରେ ଜନଗଣନା କରାଯାଉଛି ।
ତେବେ ଏହାକୁ କେତେକ ବ୍ୟକ୍ତି ଘୋର ବିରୋଧ କରିଛନ୍ତି ।
ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ହାତେଇ କ୍ଷମତାକୁ ଆସିବା ପାଇଁ କେନ୍ଦ୍ର ସରକାର ଏଭଳି ନୀତି ଆପଣେଇଛନ୍ତି ବୋଲି ସେମାନେ ବିରୋଧ କରି ଆରଟିଆଇରେ ଜନଗଣନା ତଥ୍ୟ ଦେବାକୁ ଦାବି କରିଛନ୍ତି ।
ଅନ୍ୟପଟେ ଜନଗଣନା ତଥ୍ୟ ଆରଟିଆଇ ପରିସରଭୁକ୍ତ ନୁହେଁ । ଜନଗଣନା ସମୟରେ ଦିଆଯାଇଥିବା ସମସ୍ତ ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରହିଛି ।
ଏହା ମଧ୍ୟ ଆରଟିଆଇ ଆକ୍ଟ ପରିସରଭୁକ୍ତ ହେବ ନାହିଁ ।
ଏହି ତଥ୍ୟକୁ ଅଦାଲତ ନିକଟରେ ମଧ୍ୟ ପ୍ରମାଣପତ୍ର ଭାବେ ଗ୍ରହଣ କରାଯିବନି ବୋଲି ଭାରତୀୟ ଜନଗଣନା କମିଶନର ମୃତୁ୍ୟଞ୍ଜୟ କୁମାର ନାରାୟଣନ ସ୍ପଷ୍ଟ କରିଛନ୍ତି ।
କୌଣସି ଅଧିକାରୀ ମଧ୍ୟ ଏହି ତଥ୍ୟକୁ ବାହାରକୁ ପ୍ରକାଶ କରିପାରିବେ ନାହିଁ ବୋଲି ସେ କହିଛନ୍ତି ।