‘ଚନେ୍ଦ୍ରାଦୟ ମନ୍ଦିର’ ହେବ ବିଶ୍ୱର ଉଚ୍ଚ ମନ୍ଦିର
ଉତରପ୍ରଦେଶର ବୃନ୍ଦାବନରେ ନିର୍ମିତ ବିଶ୍ୱର ସବୁଠାରୁ ଉଚ୍ଚ ମନ୍ଦିର ଭାବେ ‘ଚନେ୍ଦ୍ରାଦୟ ମନ୍ଦିର’ ହେବାକୁ ଯାଉଛି ।
ମନ୍ଦିରର ଦକ୍ଷିଣ ଭାଗ ଏହା ମଧ୍ୟରେ ସମ୍ପୂର୍ଣ୍ଣ ହୋଇଥିବାବେଳେ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି ।
ମୁଖ୍ୟ ମନ୍ଦିରର ନିର୍ମାଣ ମଧ୍ୟ ଖୁବ ଶୀଘ୍ର ଆରମ୍ଭ ହେବ । ଠାକୁର ଶ୍ରୀଶ୍ରୀ ବୃନ୍ଦାବନ ଚନ୍ଦ୍ରଙ୍କ ଏହି ମନ୍ଦିର କୁତୁବ ମୀନାରଠାରୁ ତିନିଗୁଣ ଉଚ୍ଚ ହେବ ।
କୁତୁବ ମୀନାରର ଉଚ୍ଚତା ୭୩ ମିଟର, ଯେତେବେଳେ ବିଶ୍ୱର ସବୁଠାରୁ ଉଚ୍ଚ ୭୦ ମହଲା ବିଶଷ୍ଟ ଏହି ମନ୍ଦରର ଉଚ୍ଚତା ୨୧୨ମିଟର ହେବ ।
ମୁଖ୍ୟମନ୍ତ୍ରୀଙ୍କଦ୍ୱାରା ମନ୍ଦିର ପାଇଁ ଭିତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ମନ୍ଦିର ପରିଚାଳନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମନ୍ଦିରର ଦକ୍ଷିଣ ଭାଗ ପ୍ରତିଷ୍ଠା କରିବା ପାଇଁ ନିମନ୍ତ୍ରଣ କରିବାକୁ ଯୋଜନା ଥିବା ଆଲୋଚନା ହେଉଛି ।