ହାସପାତାଳରେ ନୋବେଲ ବିଜେତା ନର୍ଗେସ ମହମ୍ମଦୀ
ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗେସ ମହମ୍ମଦୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଯିବାରୁ ନରେୱେର ନୋବେଲ କମିଟି ଶନିବାର ଇରାନ କର୍ତୃପକ୍ଷଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ।
କମିଟି ମୁଖ୍ୟ ଗୋର୍ଗେନ ଭାଟନେ ପ୍ରାଇଡେନେଓ କହିଛନ୍ତି ଯେ ଲେଜରେ ବନ୍ଦୀ ଥିବା ନର୍ଗେସଙ୍କ ଜୀବନ ଏବେ ସମ୍ପୂର୍ଣ୍ଣ ଭାବେ ଇରାନ ସରାକରଙ୍କ ହାତରେ ରହିଛି । କେବଳ ଶାନ୍ତିପୂର୍ଣ୍ଣ ମାନବାଧିକାର କାର୍ଯ୍ୟ ପାଇଁ ତାଙ୍କୁ ଜେଲ ଦଣ୍ଡାଦେଶ ଦିଆଯାଇଥିବାବେଳେ ତୁରନ୍ତ ତାଙ୍କୁ ମୁକ୍ତ କରିବାକୁ ସେ ଅନୁରୋଧ କରିଛନ୍ତି ।
ମହମ୍ମଦୀଙ୍କ ପରିବାରଦ୍ୱାରା ପରିଚାଳିତ ଏକ ଫାଉଣ୍ଡେସନ ସୂଚନା ଦେଇଛି ଯେ ଶୁକ୍ରବାର ଜେଲରେ ତାଙ୍କର ରକ୍ତଚାପ ବିପଦଜ୍ଜନକ ସ୍ତରକୁ ବୃଦ୍ଧି ପାଇବା ସହ ସେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ, ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ ଆଇନଜୀବୀ ଖୋସରୋ ଆଲିକୋର୍ଡିଙ୍କ ମୃତ୍ୟୁକୁ ନିନ୍ଦା କରିବା ଏବଂ ସ୍ମୃତି ସଭାରେ ଉତେଜନାପୂର୍ଣ୍ଣ ମନ୍ତବ୍ୟ ଦେବା ଅଭିଯୋଗରେ ଗତ ଡିସେମ୍ବରରେ ମହମ୍ମଦୀଙ୍କୁ ଗିରଫ କରାଯାଇ ସାଢ଼େ ସାତବର୍ଷର ଜେଲ ଦଣ୍ଡାଦେଶ ଦିଆଯାଇଛି । ପୂର୍ବରୁ ତାଙ୍କର ତିନିଟି ଆଞ୍ଜିଓପ୍ଲାଷ୍ଟି ହୋଇ ସାରିଥିବାବେଳେ ବର୍ତମାନର ଗମ୍ଭୀର ହୃଦରୋଗ ତାଙ୍କ ଜୀବନ ପ୍ରତି ସିଧାସଳଖ ବିପଦ ସୃଷ୍ଟି କରିଛି ।
ତାଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗକୁ ତୁରନ୍ତ ପ୍ରତ୍ୟାାର କରିବା ପାଇଁ ତାଙ୍କ ପରିବାର ଦାବି କରିଥିବାବେଳେ ତେହେରାନର ପବ୍ଲିକ ପ୍ରସିକ୍ୟୁଟର ହାସନ ହେମତିଫାର ଏହି ମାମଲାକୁ ନେଇ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ।
ବିଶ୍ୱସ୍ତରରେ ମାନବାଧିକାର ସଂଗଠନଗୁଡ଼ିକ ଏହି ଘଟଣାକୁ ନେଇ ଇରାନ ଉପରେ ଚାପ ପକାଉଥିବାବେଳେ ତାଙ୍କର ଉପଯୁକ୍ତ ଚିକିତ୍ସା ପାଇଁ ଆନ୍ତର୍ଜାତୀୟ ସମୁଦାୟ ନିବେଦନ କରିଛନ୍ତି ।