‘ଚିତା’ ଚୁରମାର, ବର୍ତିଲେ ୩ ସେନାଧିକାରୀ
ଭାରତୀୟ ସେନାବାହିନୀର ଲଢ଼ୁଆ ହେଲକାପ୍ଟର ‘ଚିତା’ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି ।
ତେବେ ଏହି ସମୟରେ ଏଥିରେ ସବାର ଥିବା ୩ ସେନାଧିକାରୀ ଅଳ୍ପକେ ବର୍ତିଯାଇଥିବା ଜଣାପଡ଼ିଛି ।
ପ୍ରାପ୍ତ ସୂଚନାନୁଯାୟୀ, ଲଦାଖର ଦୁର୍ଗମ ପାହାଡ଼ିଆ ଅଂଚଳରେ ଏକ ବଡ଼ ଅଘଟଣ ଘଟିଛି । ଏହି ସମୟରେ ଉକ୍ତ ହେଲିକାପ୍ଟରରେ ଜଣେ ମେଜର ଜେନେରାଲଙ୍କ ସମେତ ପାଇଲଟ ଓ ଅନ୍ୟ ଅଧିକାରୀ ଥିଲେ ।
ହେଲିକାପ୍ଟରଟି ଲେହ ନିକଟ ଟାଙ୍ଗସେ ଅଂଚଳରେ ଉଡ଼ୁଥିବାବେଳେ ଯାନ୍ତ୍ରିକ ତ୍ରୁଟି ହେତୁ ତଳକୁ ଖସିବାକୁ ଲାଗିଥିଲା । ପରେ ଏହା ପାହାଡ଼ରେ ପିଟି ହୋଇ ତଳେ ପଡ଼ି ଚୁରମାର ହୋଇଯାଇଥିଲା ।
ତେବେ ହେଲିକପ୍ଟରଟି ପାହାଡ଼ରେ ପିଟି ହେବା ପୂର୍ବରୁ ଏଥିରେ ସବାର ଥିବା ମେଜର ଜେନେରାଲ, ପାଇଲଟ ଓ ଅନ୍ୟ ଜଣେ ବାୟୁସେନାର ଉଚ୍ଚ ଅଧିକାରୀ ବାହାରକୁ ପାରାଚୁଟ ଯୋଗେ ବାହାରି ଆସିଥିବାରୁ ସେମାନେ ବର୍ତି ଯାଇଛନ୍ତି ।
ଅନ୍ୟପଟେ ‘ଚିତା’ କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା ତା’ର ତଦନ୍ତ ବାୟୁସେନା ଆରମ୍ଭ କରିସାରିଛି ।