କେରଳରେ ମୁଖ୍ୟମନ୍ତ୍ରୀ ସସପେନ୍ସ
ସଦ୍ୟ ସମାପ୍ତ ହୋଇଥିବା ବିଧାନସଭା ନିର୍ବାଚନ ପରେ କେରଳରେ ଫଳାଫଳ ପ୍ରକାଶ ପାଇସାରିଛି ।
୧୪୦ ବିଶିଷ୍ଟ କେରଳ ବିଧାନସଭାରେ ଏଥରକ ନିର୍ବାଚନରେ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ (ଆଇଏନସି) ସର୍ବାଧିକ ୬୩ଟି ଆସନ ପାଇଛି । ତା’ପଛକୁ ରହିଛି ସିପିଆଇ(ଏମ) । ସିପିଆଇ(ଏମ) ୨୬ଟି ଆସନ ପାଇଥିବାବେଳେ ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ (ଆଇୟୁଏମଏଲ)୨୨ଟି ଆସନରେ ବିଜୟୀ ହୋଇଛି ।
ତେବେ ଏଠାରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ସସପେନ୍ସ ଲାଗି ରହିଛି ।
କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଏବେ କେରଳ କଂଗ୍ରେସରେ ଛକାପଞ୍ଝା ଲାଗି ରହିଛି ।
ଅନ୍ୟପଟେ ଏହି ଦୌଡ଼ରେ ସାଥିସନ, କେ.ସି.ବେଣୁଗୋପାଳ ଏବଂ ଚେନ୍ନିଥାଲା ପ୍ରମୁଖ ରହିଛନ୍ତି ।
ତେବେ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରି ମଧ୍ୟ କେରଳରେ କଂଗ୍ରେସ କାହିଁକି ସରକାର ଗଢ଼ିପାରୁନାହିଁ ବୋଲି ମୋଦି ପ୍ରଶ୍ନ କରିଛନ୍ତି ।