ପେଟ୍ରୋଲିୟମ ଉତ୍ପାଦର ଅଭାବ ନାହିଁ : ରାଜନାଥ
ଦେଶରେ ପେଟ୍ରୋଲିୟମ ଉତ୍ପାଦର ଅଭାବ ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ।
ଭାରତ ପାଖରେ ୬୦ ଦିନର ଅଶୋଧିତ ତେଲ ମହଜୁଦ ରହିଛି । ସେହିଭଳି ୬୦ ଦିନର ନ୍ୟାଚୁରାଲ ଗ୍ୟାସ ଓ ୪୫ ଦିନର ଏଲପିଜି ରୋଲିଂ ଷ୍ଟକ ରହିଛି ।
ସେହିପରି ବିଦେଶୀ ମୁଦ୍ରା ଭଣ୍ଡାରରେ ୭୦୩ ବିଲିୟନ ଡଲାର ରହିଛି ଯାହା ଆମର ଆର୍ଥିକ ସ୍ଥିତି ମଜଭୁତ ଥିବା ଦର୍ଶାଉଛି ।
ଏଣୁ କୌଣସି ପ୍ରକାରର ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ଆଇଜିଓଏମରେ ସୂଚନା ଦେଇଛନ୍ତି ।
ତେବେ ପେଟ୍ରୋଲ ଓ ଡିଜେଲର ବ୍ୟବହାର କମାଇବାକୁ ଅନ୍ୟ ଦେଶମାନେ ନିଷ୍ପତି ନେଇଛନ୍ତି ।
ସୂଚନାଥାଉ କି, ଗତ କିଛି ଦିନ ହେବ ରାଉରକେଲା ସହରରେ ପେଟ୍ରୋଲ ଓ ଡିଜେଲର ସଂକଟ ଦେଖାଦେଇଥିଲା ।
ରାଉରକେଲାର ସେକ୍ଟର-୧୭ରେ ଷ୍ଟକ ନଥିବାରୁ ଅଧିକାଂଶ ପେଟ୍ରୋଲ ପମ୍ପ ବନ୍ଦ ରହିଥିଲା ।
ଏହାର ସୁଯୋଗ ନେଇ କିଛି ଅସାଧୁ ବେପାରୀ ପେଟ୍ରୋଲ ଓ ଡିଜେଲର କଳାବଜାରୀ କରୁଥିବା ଅଭିଯୋଗ ହୋଇଛି ।
ଦୁଇ ଚକିଆ ଗାଡ଼ିକୁ ୨୦୦ ଟଙ୍କାୋର ତେଲ ମିଳୁଛି ବୋଲି ଅଭିଯୋଗକାରୀ କହିଛନ୍ତି ।
ସେହିଭଳି ଚାରି ଚକିଆ ଗାଡଚାଳକଙ୍କୁ ଲିଟର ପିଛା ୨୦୦୦ ଟଙ୍କା ଦେବାକୁ ପଡ଼ୁଛି ।
ତେଲ ଠିକ ଭାବେ ଆସୁନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।