ଆଜି ଠାରୁ ଶ୍ରୀମନ୍ଦିରରେ ପୁଣି ରତ୍ନଭଣ୍ଡାର ଗଣତି ମଣତି
ଶ୍ରୀଜୀଉଙ୍କ ବାହାର ଚନ୍ଦନଯାତ୍ରା ପାଇଁ ବନ୍ଦ ରହିଥିବା ରତ୍ନଭଣ୍ଡାରର ଗଣତି ମଣତି ଆଜିଠାରୁ ପୁଣି ଆରମ୍ଭ ହୋଇଛି ।
ଆଜି ଅପରାହ୍ଣ ୪ଟାରୁ ପୁଣି ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇଛି ।
ଏଥିପାଇଁ ସୋମବାର ଅପରାହ୍ଣ ୪ଟାରୁ ସନ୍ଧ୍ୟା ଧୂପ ସରିବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇଛି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।
ଏହି ଗଣତି ମଣତି ଆଗାମୀ ୨ ଦିନ ଧରି ଚାଲିବ ବୋଲି ସେ କହିଛନ୍ତି ।