ସହରିଆଙ୍କୁ ମିଳିବ ସୁଲଭ ମୂଲ୍ୟରେ ଫ୍ଲାଟ
ଆଗକୁ ରାଜ୍ୟ ସରକାର ସହରବାସୀଙ୍କୁ ସୁଲଭ ମୂଲ୍ୟରେ ଉନ୍ନତମାନର ଫ୍ଲାଟ ଯୋଗାଇ ଦେବେ ବୋଲି ନିଷ୍ପତି ନେଇଛନ୍ତି । ମହାରାଷ୍ଟ୍ର ଢାଂଚାରେ ଓଡ଼ିଶାର ବିଭିନ୍ନ ସହରରେ ଏଭଳି ସୁଲଭ ଫ୍ଲାଟମାନ ଉପଲବ୍ଧ ହେବ । ପିପିପି ମୋଡରେ ଘରୋଇ କମ୍ପାନୀ ସହିତ ଏହି ଫ୍ଲାଟ ଯୋଜନା କାର୍ଯ୍ୟକାରୀ ହେବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ । ଅଳ୍ପ ସ୍ଥାନରେ କିଭଳି ହୋଇପାରିବ ବାସପେଯୋଗୀ ଘର ସେନେଇ ସର୍ଭେ ଚାଲିଛି ଏବଂ ନଗର ଉନ୍ନୟନ ଓ ରାଜସ୍ୱ ବିଭାଗ ବିଚାର କରୁଛି ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।