ଭୋଟ ସରିବା ମାତ୍ରେ ମହଙ୍ଗା ବାଣିଜ୍ୟିକ ଗ୍ୟାସ
ଦେଶରେ ପଶ୍ଚିମବଙ୍ଗ ସମେତ ପାଂଚ ରାଜ୍ୟର ନିର୍ବାଚନ ଫଳାଫଳ ଆସନ୍ତାକାଲି (ମେ ୪ତାରିଖ)ରେ ଘୋଷଣା କରାଯିବ ।
ଏହା ପୂର୍ବରୁ ସାଧାରଣ ଲୋକ ବିଶେଷ କରି ବ୍ୟବସାୟ, ମୁଦ୍ରାସ୍ଫୀତି ଦ୍ୱାରା ଆଉ ଏକ ଆଘାତ ପାଇଛନ୍ତି । ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ବହୁ ପରିମାଣରେ ବୃଦ୍ଧି ପାଇଛି ।
ଯାହା ସିଧାସଳଖ ହୋଟେଲ, ରେଷ୍ଟୁରାଂଟ ଓ ଛୋଟ ବ୍ୟବସାୟୀଙ୍କ କ୍ଷେତ୍ରରେ ପଡ଼ିଛି । ୧୯କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୯୯୩ଟଙ୍କା ବୃଦ୍ଧି କରାଯାଇଛି । ଏହି ବୃଦ୍ଧି ବର୍ତମାନ ଦିଲୀରେ ଏକ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୩୦୭୧ଟଙ୍କା ୫୦ପଇସା ହୋଇଛି । ଏହି ବୃଦ୍ଧି ବଜାର ଗତିଶୀଳତାକୁ ବାଧା ଦେବାର ସମ୍ଭାବନା ରହିଛି ।
ପୂର୍ବରୁ ମୁଦ୍ରାସ୍ଫୀତିରେ ପୀଡ଼ିତ ଲୋକମାନେ ଏକ ବଡ଼ ସଂକଟର ସମ୍ମୁଖୀନ ହେଉଛନ୍ତି । ଏହି ହଠାତ ବୃଦ୍ଧି ଖାଦ୍ୟ ଶିଳ୍ପ ଏବଂ ଛୋଟ ବ୍ୟବସାୟଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି ।
ଏହାଦ୍ୱାରା ସାଧାରଣ ଗ୍ରାହକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ତେବେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ବର୍ତମାନ ସୁଦ୍ଧା ପରିବର୍ତନ ହୋଇନାହିଁ ।
ବିଶେଷଜ୍ଞଙ୍କ ବକ୍ତବ୍ୟ ଯେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ବଜାରରେ ଖାଦ୍ୟ ସାମଗ୍ରୀର ମୂଲ୍ୟକୁ ପ୍ରଭାବିତ କରିପାରେ ।