ବିଜେଡି ନେତା ବବିଙ୍କ ନାଁରେ ଏତଲା
ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ନାଁରେ ସିଂହଦ୍ୱାର ଥାନାରେ ଶ୍ରୀ ଜଗନ୍ନାଥ ସେନା ଏତଲା ଦାଏର କରିଛି ।
ବବିଙ୍କ ଘରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆସିଥିବା ମୂଲ୍ୟବାନ ଖଣ୍ଡୋଲାଇଟ ପଥର ବ୍ୟବହାର ହୋଇଥିବା ନେଇ ଅଭିଯୋଗ ହୋଇଛି ।
ତେବେ ଖଣ୍ଡୋଲାଇଟ ପଥର କେବଳ ଐତିହାସିକ ସ୍ଥାନରେ ଲଗାଯିବ ବୋଲି ପ୍ରତ୍ନତାତ୍ୱିକ ବିଭାଗର ନିୟମ ରହିଥିବାବେଳେ ଏହା ଯାଜପୁରର ବାହାବଲପୁରସ୍ଥିତ ବବିଙ୍କ ଘରକୁ କିଭଳି ଗଲା ତା’ର ତଦନ୍ତ ପାଇଁ ଶ୍ରୀଜଗନ୍ନାଥ ସେନା ଦାବି କରିଛି ।
ତେଣେ ଏଲିନା ଦାସ ତାଙ୍କ ସୋସିଆଲ ଆକାଉଂଟରେ ଏନେଇ ପୋଷ୍ଟ କରିଥିଲେ । ସେ ତାଙ୍କ ପୋଷ୍ଟରେ ବବିଙ୍କ ଘରକୁ ‘ରାଜ ଉଆସ’ ବୋଲି ଉଲ୍ଲେଖ କରିଥିଲେ ।
ତେବେ ଜଗନ୍ନାଥ ସେନା ପକ୍ଷରୁ ଏହି କାମର ଦାୟିତ୍ୱରେ ଥିବା ତକ୍ରାଳୀନ ମୁଖ୍ୟ ଶାସନ ସଚିବ ଭି.କେ.ପାଣ୍ଡିଆନ ଓ ଏଥିପାଇଁ କାର୍ଯ୍ୟାଦେଶ ପାଇଥିବା ଟାଟା କମ୍ପାନୀ ବିରୋଧରେ ମଧ୍ୟ ଏତଲାରେ ଉଲ୍ଲେଖ ରହିଛି ।