ପଂଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣ ନିର୍ଦେଶ
୨୦୨୭ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଆରମ୍ଭ ।
ଆସନ ସଂରକ୍ଷଣ ପାଇଁ ଜିଲାପାଳଙ୍କୁ ପଂଚାୟତିରାଜ ବିଭାଗ ପକ୍ଷରୁ ଚିଠି କରାଯାଇଛି ।
ବିଶେଷ କରି ୱାର୍ଡ ମେମ୍ବର, ସରପଂଚ, ସମିତି ସଭ୍ୟଙ୍କ ପାଇଁ ଆସନ ସଂରକ୍ଷଣ କରିବାକୁ ନିର୍ଦେଶ କରାଯାଇଛି ବୋଲି ସ୍ପଷ୍ଟ କରାଯାଇଛି ।
ଏଥିସହ ଜିଲା ପରିଷଦ ସଦସ୍ୟଙ୍କ ପାଇଁ ମଧ୍ୟ ସିଟ ସଂରକ୍ଷଣ ସ୍ଥିର କରିବାକୁ ନିର୍ଦେଶ ରହିଛି ।
ଏ ସଂକ୍ରାନ୍ତରେ ଆସନ୍ତା ଏପି୍ରଲ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଚୂଡ଼ାନ୍ତ ରିପୋର୍ଟ ଦେବାକୁ କୁହାଯାଇଛି ।