ଝୋଟ କ୍ଷେତରୁ ବାହାରିଲା କୋଟିକୋଟି ଟଙ୍କା
ପଶ୍ଚିମବଙ୍ଗ ବାଦୁଡିଆ ପୌରପାଳିକାର ଅଧ୍ୟକ୍ଷ ତଥା ତୃଣମୂଳ କଂଗ୍ରେସ ନେତା ଦୀପଙ୍କର ଭଟ୍ଟାଚାର୍ଯ୍ୟଙ୍କ ଝୋଟ କ୍ଷେତରୁ ପୁଲିସ କୋଟିକୋଟି ଟଙ୍କାର ବ୍ୟାଗ ପୋତା ହୋଇଥିବା ଅବସ୍ଥାରେ ଉଦ୍ଧାର କରିଛି ।
ବର୍ତମାନ ସୁଦ୍ଧା ୨.୨୪ କୋଟିରୁ ଅଧିକ ଟଙ୍କା ଗଣା ସରିଥିବାବେଳେ ଏହି ପରିମାଣ ୩କୋଟିରୁ ଊର୍ଦ୍ଧ ହୋଇପାରେ ବୋଲି ଆଶଙ୍କା ରହିଛି ।
ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପିଠାରୁ ଶୋଚନୀୟ ଭାବେ ପରାଜିତ ହେବା ପରେ ଟିଏମସି ଏବେ ସବୁଠାରୁ ବଡ଼ ସାଂଗଠନିକ ସଂକଟରେ ଗତି କରୁଥିବା ମନେ କରାଯାଉଛି ।