ନାମାଙ୍କନ ଭରିଲେ ଦେବାଶିଷ
ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଦେବାଶିଷ ସାମନ୍ତରାୟ ।
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ବିଜେପି ପ୍ରାର୍ଥୀ ଭାବେ ଶ୍ରୀ ସାମନ୍ତରାୟ ନାମାଙ୍କନ ଦାଖଲ କଲେ ।
ଧୀରେ ଧୀରେ ବିଜେଡି ଭାଡ଼ି ଖାଲି ହେଉଛି ବୋଲି ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପରେ ଦେବାଶିଷ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
ଏଥିସହ ଆଗାମୀ ଦିନରେ ବିଜେଡିର ଭବିଷ୍ୟତ କ’ଣ ହେଉଛି ବୋଲି ସେ କଟାକ୍ଷ କରିଛନ୍ତି ।
ଅଧିକରୁ ଅଧିକ ନେତା ବିଜେପିକୁ ଆସିବେ । କାରଣ ଏଠି ସୁଯୋଗ ଅଛି ।
ଲୋକଙ୍କୁ ସେବା ଯୋଗାଇବାର ସୁଯୋଗ କେବଳ ବିଜେପିରେ ଅଧିକ ଅଛି ।
ଦେଶରେ ଡବଲ ଇଂଜିନ ସରକାର ଥିବାରୁ ଏଠାରେ ଅଧିକ କାମ କରିପାରିବି ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି ।
ଦଳ ମୋ ଠାରୁ ଯେଉଁ କାମ ଚାହିଁବ ମୁଁ କରିବି ବୋଲି ସେ କହିଛନ୍ତି ।