ନାମାଙ୍କନ ଭରିବେ ଦେବାଶିଷ
ରାଜ୍ୟସଭା ପଦ ପାଇଁ ନାମାଙ୍କନ ଭରିବେ ସଦ୍ୟ ବିଜେପିରେ ସାମିଲ ହୋଇଥିବା ପୂର୍ବତନ ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ ।
ବିରାଟ ପଟୁଆରରେ ବାହାରି ନାମାଙ୍କନ ପାଇଁ ବାହାରିବେ । ରାଜ୍ୟ ସଭାପତିଙ୍କ ସହ ବୈଠକ ପରେ ନାମାଙ୍କନ ପାଇଁ ବାହାରିବେ ।
ତେବେ ଦେବାଶିଷଙ୍କ ବିଜେପିରେ ଯୋଗ ଦେବା ପରେ ଦଳର ଶକ୍ତି ବଢ଼ିବ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
ଉପକୂଳ ରାଜନୀତିରେ ଦେବାଶିଷଙ୍କ ଦବଦବା ରହିଛି ଓ ସେ ବିଜେପିରେ ମିଶିବା ଦ୍ୱାରା ଦଳ ଅଧିକ ଶକ୍ତିଶାଳୀ ହେଉଛି ବୋଲି ଶ୍ରୀ ସାମଲ କହିଛନ୍ତି ।