ବିଜେପିକୁ ଡେରେକଙ୍କ ଚ୍ୟାଲେଞ୍ଜ
ପ.ବଙ୍ଗରେ ଟିଏମସି ଜିତିଲେ ପ୍ରଧାନମନ୍ତ୍ରୀ ପଦରୁ ମୋଦୀ ଇସ୍ତଫା ଦେବେ କି?
ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ମୁହୂର୍ତରେ ।
ଏଭଳି ସମୟରେ ତୃଣମୂଳ କଂଗ୍ରେସ ରାଜ୍ୟସଭା ସାଂସଦ ଡେରେକ ଓବ୍ରାଏନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି ।
ସେ କହିଛନ୍ତି ଯେ ଯଦି ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ କ୍ଷମତା ବଜାୟ ରଖେ ତେବେ ମୋଦୀ କ’ଣ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ ?
ଡେରେକ ଓବ୍ରାଏନ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି ଯେ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ସମସ୍ତ ୨୯୪ଟି ଆସନରେ ପ୍ରାର୍ଥୀ ବୋଲି ଘୋଷଣା କରିଥିଲେ । ତାହା ହେଲେ ମେ ୪ତାରିଖରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଯଦି ପୁଣି ବିଜୟ ହାସଲ କରେ, ତେବେ ଆପଣ କ’ଣ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି ?
ଯଦି ସାହସ ଅଛି, ତେବେ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରନ୍ତୁ ବୋଲି ସେ ଲେଖିଛନ୍ତି ।
ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗରେ ବୁଧବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ମତଦାନ ଚାଲିଥିବାବେଳେ ଟିଏମସି ଓ ବିଜେପି ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖାଯାଇଛି ।
ଟିଏମସି ଲଗାତର ଚତୁର୍ଥ ଥର ପାଇଁ କ୍ଷମତାକୁ ଆସିବାକୁ ଲକ୍ଷ୍ୟ ରଖିଥିବାବେଳେ ବିଜେପି ବିହାର, ଓଡ଼ିଶା ପରେ ପଶ୍ଚିମବଙ୍ଗରେ ଶାସନକୁ ଆସିବାକୁ ଲକ୍ଷ୍ୟ ରଖିଛି ।
ଯାହାର ଫଳାଫଳ ଆଗାମୀ ୪ତାରିଖ ସନ୍ଧ୍ୟା ସୁଦ୍ଧା ସାଧାରଣ ଜନତା ଜାଣିପାରିବେ ।