ଡି କେ ଶିବକୁମାର କର୍ଣ୍ଣାଟକର ପରବର୍ତୀ ମୁଖ୍ୟମନ୍ତ୍ରୀ
ଶନିବାର ଅପରାହ୍ନ ପ୍ରାୟ ୪ଟାରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଆନୁଷ୍ଠାନିକ ଭାବେ ଡି କେ ଶିବକୁମାରଙ୍କୁ ନେତା ଭାବେ ଦଳ ମନୋନୀତ କରିଛି ।
ଆସନ୍ତା ଜୁନ ୩ ତାରିଖରେ ଶିବ କୁମାର କର୍ଣ୍ଣାଟକର ପରବର୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଥିବା ସମାରୋହରେ ପ୍ରସ୍ତୁତି ଏବେ ଜୋରଦାର ଭାବେ ଚାଲୁ ରହିଛି । ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଦୁଇଦିନ ପରେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦଳ ଦେଇଛି ।
୨୦୨୩ କର୍ଣ୍ଣାଟକ ନିର୍ବାଚନରେ ଦଳ ବିଜୟୀ ହେବା ପରେ ସିଦ୍ଦରମୈୟା ଦାୟିତ୍ୱ ଗ୍ରହଣ କରିବା ପରଠାରୁ କ୍ଷମତାରେ ତାଙ୍କ କାର୍ଯ୍ୟକାଳର ଅଧାରୁ ଅଧିକ ସମୟ ପୂରଣ କରିଛନ୍ତି । ୨୦୨୩ରେ ଦଳ ବିଜୟୀ ହେବା ପରଠାରୁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଉପ ମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ମଧ୍ୟରେ କ୍ଷମତା ବଂଟନ ନେଇ ଲଗାତର ଆଲୋଚନା ହେଉଥିଲା ।
ଯାହାକୁ ସେ ସମୟରେ ଦଳର କେନ୍ଦ୍ରୀୟ ନେତୃତ୍ୱ ସମର୍ଥନ କରିଥିଲେ । ଏହି ସିଦ୍ଧାନ୍ତ ଅନୁସାରେ ଅଢ଼େଇ ବର୍ଷ ପରେ କ୍ଷମତା ହସ୍ତାନ୍ତର କରାଯାଇଛି ।