ଟ୍ରମ୍ପ-ଇରାନ ଚୁକ୍ତିନାମା ଆଲୋଚନା ମଧ୍ୟରେ ବଢ଼ିଲା ଉତେଜନା
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ବିବାଦର ସମାଧାନ ଏକ ପ୍ରାରମ୍ଭିକ ଚୁକ୍ତିନାମା ଉପରେ ଚୂଡ଼ାନ୍ତ ନିଷ୍ପତି ନେବାକୁ ପ୍ରସ୍ତୁତ ହେଉଛନ୍ତି ।
ଏହି ଘଟଣାର ମାତ୍ର କିଛି ସମୟ ପୂର୍ବରୁ ହ୍ୱାଇଟ ହାଉସ ସିଚୁଏସନ ରୁମରେ ପ୍ରାୟ ଦୁଇ ଘଂଟାର ଏକ ଉଚ୍ଚସ୍ତରୀୟ ଗୁପ୍ତ ବୈଠକ ଶେଷ ହୋଇଥିଲା । ଯଦିଓ ସରକାରଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନଥିଲା । ବର୍ତମାନ କୁଏତର ଗୁରୁତ୍ୱପୂର୍ଣ୍ଣ ସାମରିକ ପ୍ରତିଷ୍ଠାନ ଉପରେ ହୋଇଥିବା ଏହି ଆକ୍ରମଣ ହେତୁ ଆମେରିକାର ଭବିଷ୍ୟତ କୂଟନୈତିକ ଆଲୋଚନା ଉପରେ ଏକ ନୂତନ ରଣନୈତିକ ଚାପ ସୃଷ୍ଟି ହୋଇଛି ।
ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ, ଗତ ଏପ୍ରିଲରୁ ଉଭୟ ଦେଶ ମଧ୍ୟରେ ଏକ ଅସ୍ଥାୟୀ ତଥା ଦୁର୍ବଳ ଯୁଦ୍ଧବିରତି ଜାରି ରହିଥିଲେ ହେଁ, ଭୂମିରେ ବାସ୍ତବିକ ସଂଘର୍ଷ ସମ୍ପୂର୍ଣ୍ଣ ଶାନ୍ତ ହୋଇନାହିଁ । ଚଳିତବର୍ଷ ଫେବୃଆରୀ ୨୮ ତାରିଖରୁ ଯୁଦ୍ଦ ଆରମ୍ଭ ହେବା ପରଠାରୁ ଇରନା ଏହି ସମଗ୍ର ଉପସାଗରୀୟ ଅଂଚଳରେ ୧,୮୫୦ରୁ ଅଧିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିସାରିଛି ।
ବର୍ତମାନ ବ୍ୟବହୃତ ହୋଇଥିବା ‘ଫତେହ-୧୧୦’ କ୍ଷେପଣାସ୍ତ୍ରଟି ଇରାନର ସବୁଠାରୁ ମୁଖ୍ୟ କ୍ଷୁଦ୍ର ଦୂରଗାମୀ ମିସାଇଲ, ଯାହା ପ୍ରାୟ ୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ବିପଜ୍ଜନକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖେ ।
‘ଅଲି ଅଲ ସାଲେମ’ ଏୟାରବେସ ଆମେରିକାର ଆଂଚଳିକ ସୁରକ୍ଷା ଓ ବାୟୁ ମିଶନର ପ୍ରମୁଖ କେନ୍ଦ୍ର ହୋଇଥିବାରୁ ଏହି କ୍ଷତି ପରେ ୱାଶିଂଟନ ପରବର୍ତୀ ସମୟରେ କି ପ୍ରକାର କଠୋର ଆଭିମୁଖ୍ୟ ଗ୍ରହଣ କରୁଛି, ତାହା ଉପରେ ସମଗ୍ର ବିଶ୍ୱର ନଜର ରହିଛି ।