ରାଜ୍ୟରେ ନୂତନ ଦଳର ଅଭୂଦୟ
ପ୍ରଦର୍ଶନୀ ପଡ଼ିଆରେ ଓଡ଼ିଶା ଜନତା କଂଗ୍ରେସ ଦଳର ଲୋକାର୍ପଣ
ବୁଧବାର ପୂର୍ବତନ କଂଗ୍ରେସ ବିଧାୟକ ତଥା ଇଂ. ମହମ୍ମଦ ମୋକିମ ତାଙ୍କର ଶକ୍ତି ପ୍ରଦର୍ଶନ କରିଛନ୍ତି ।
ଝିଅ ତଥା କଟକ-ବାରବାଟୀ ବିଧାୟକ ସୋଫିଆ ଫିର୍ଦୋଷଙ୍କ ଜରିଆରେ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଏକ ବିରାଟ ସମାବେଶରେ ନିଜର ନୂତନ ରାଜନୈତିକ ଦଳ ଓଡ଼ିଶା ଜନତା କଂଗ୍ରେସ ଦଳର ଲୋକାର୍ପଣ କରିଛନ୍ତି ଇଂ. ମହମ୍ମଦ ମୋକିମ ।
ଫଳରେ ଓଡ଼ିଶା ରାଜନୀତିରେ ଏକ ନୂତନ ରାଜନୈତିକ ଦଳର ଅଭୁ୍ୟଦୟ ହେବା ସହ ରାଜ୍ୟ ରାଜନୀତିରେ ଏହାକୁ ନେଇ ଆଗକୁ ବହୁ କିଛି ହଟଚମଟ ହେବ ବୋଲି ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ।
ବୁଧବାର ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସଭା କ୍ରସ ଭୋଟିଂ ପାଇଁ କଂଗ୍ରେସର ନିଲମ୍ବିତ ହୋଇଥିବା ବିଧାୟିକା ତଥା ଇଂ. ମହମ୍ମଦ ମୋକିମଙ୍କ କନ୍ୟା ସୋଫିଆ ଫିର୍ଦୋଷ ସାମିଲ ହୋଇ ଏହି ନୂତନ ଦଳର ମୂଳଦୁଆ ସମ୍ପର୍କରେ କହିଥିଲେ ।
ସୂଚନାଥାଉ କି, ପୂର୍ବରୁ ଦଳୀୟ ନିର୍ଦେଶକୁ ଅମାନ୍ୟ କରି କଂଗ୍ରେସରୁ ଇଂ. ମହମ୍ମଦ ମୋକିମ ବହିଷ୍କୃତ ହୋଇସାରିଥିବାବେଳେ ରାଜ୍ୟ ସଭାରେ କ୍ରସ ଭୋଟିଂ ପାଇଁ ତାଙ୍କ କନ୍ୟା ସୋଫିଆଙ୍କୁ କଂଗ୍ରେସ ନିଲମ୍ବିତ କରିସାରିଛି ।
ଉଲ୍ଲେଖଥାଉ କି, ଗତ ମାର୍ଚ ମାସରେ ରାଜ୍ୟସଭା ନିର୍ବାଚନ ସମୟରେ ଦଳୀୟ ସୁପି୍ରମୋଙ୍କ ଦ୍ୱାରା ଜାରି ହ୍ୱିପକୁ ନମାନି ୪ର୍ଥ ସିଟ ପାଇଁ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ ଦେଇ ଉଭୟ ବିଜେଡି ଓ କଂଗ୍ରେସରୁ ନିଲମ୍ବିତ ବିଧାୟକମାନଙ୍କୁ ଏହି ଦଳରେ ମୋକିମ ସାମିଲ କରିଛନ୍ତି ।
ତେଣୁ ଆଜି ଓଡ଼ିଶା ଜନତା କଂଗ୍ରେସ ଦଳର ଲୋକାର୍ପଣ ହେବା ପରେ ରାଜ୍ୟ ରାଜନୀତିରେ ଏକ ନୂତନ ସମୀକରଣର ଆରମ୍ଭ ହେବ ବୋଲି ଅନେକ କହୁଛନ୍ତି ।