ହାଇକୋର୍ଟରେ ଏସଆଇ କେଳେଙ୍କାରୀ ମାମଲା
ମୁଖ୍ୟ ଅଭିଯୁକ୍ତ ମୁନାଙ୍କ ଅନ୍ତରୀଣ ଜାମିନ ବଳବତର
ବହୁ ଚର୍ଚ୍ଚିତ ଏସଆଇ ପରୀକ୍ଷାରେ ହୋଇଥିବା ଘୋଟାଲା ମାମଲାର ମୁଖ ଅଭିଯୁକ୍ତ ମୁନା ମହାନ୍ତିଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ ।
ଏହି ମାମଲାର ଶୁଶାଣି ମାନ୍ୟବର ହାଇକୋର୍ଟରେ ଚାଲିଛି ।
ଅସ୍ତ୍ରୋପଚାର ପାଇଁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ମୁନା ଅନ୍ତରୀଣ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ଅନ୍ତରୀଣ ଜାମିନ ନିମନ୍ତେ ଆବେଦନ କରିଥିଲେ ।
ଅଦାଲତ ତାଙ୍କ ଆବେଦନକୁ ବିଚାରକୁ ନେଇ ତାଙ୍କୁ ଅନ୍ତରୀଣ ଜାମିନ ଦେବା ସହିତ ଏହି ଅସ୍ତ୍ରୋପଚାର ସମ୍ପର୍କିତ ସତ୍ୟପାଠ ଦାଖଲ ପାଇଁ ଆବେଦନକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।
ଏହାର ପରବର୍ତୀ ଶୁଣାଣି ଆସନ୍ତା ୨୩ ତାରିଖକୁ ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି । ବର୍ତମାନ ମୁନା ଲିଭର ଜନିତ ରୋଗରେ ପୀଡ଼ିତ ରହହି ଚିକିତ୍ସା ପାଇଁ ଅନ୍ତରୀଣ ଜାମିନରେ ଅଛନ୍ତି ।