୮.୪୭ ଲକ୍ଷର ଜାଲ ନୋଟ ଜବତ
୧୬୯୫ ଖଣ୍ଡ ଫେକ ୫ଶହ ଟଂକିଆ ନୋଟ୍ ଜବତ
ସୁବର୍ଣ୍ଣପୁରରୁ ପୁଲିସ ୮.୪୭ ଲକ୍ଷ ଟଙ୍କାର ଜାଲ ନୋଟ ଜବତ କରିଛି ।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ଉ କରି ସୁବର୍ଣ୍ଣପୁର ବ୍ଲକ ଛକରୁ ୧୬୯୫ ଖଣ୍ଡ ଜାଲ ୫ଶହ ଟଂକିଆ ନୋଟ ଏଭଳି ମୋଟ ୮.୪୭ ଲକ୍ଷ ଟଂକାର ଜାଲ ନୋଟକୁ ପୁଲିସ ଜବତ କରିଛି ।
ଏହି ଘଟଣାରେ ୨ ଜଣଙ୍କୁ ପୁଲିସ ଗିରଫ କରିଛି । ସେଥିମଧ୍ୟରୁ ଜଣେ ଯାଜପୁର ଓ ଅନ୍ୟ ଜଣେ ନୟାଗଡ଼ ଜିଲାର ବୋଲି ପୁଲିସ କହିଛି ।
ବରଗଡ଼ ଜିଲାରୁ ଟଙ୍କା ଆଣି ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା ଗିରଫଦ୍ୱୟ ସ୍ୱୀକାର କରିଛନ୍ତି । ସନେ୍ଦହରେ ଏକ କାରକୁ ଯାଂଚ କରିବାବେଳେ ସେଥିରୁ ଏହି ଜାଲ ନୋଟକୁ ସୋନପୁର ପୁଲିସ ଜବତ କରିଛି ।