ଘରୋଇ ହଷ୍ଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଭୁବନେଶ୍ୱରର ଖାରବେଳ ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି ।
ଏକ ଘରୋଇ ହଷ୍ଟେଲରୁ ଜଣେ ଯୁବତୀଙ୍କ ଝୁୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିଛି ।
ମୃତ ଯୁବତୀ ଜଣକ ନୟାଗଡ଼ ଅଂଚଳର ହୋଇଥିବାବେଳେ ସେ ଏକ ମେଡିସିନ ଷ୍ଟୋରରେ ଡାଟା ଏଂଟ୍ରି ଅପରେଟର ଥିଲେ ।
ତେବେ ଯୁବତୀ ଜଣଙ୍କ ଫ୍ୟାନରେ ଲୁଗା ସହାୟତାରେ ଫାଶୀ ଲଗାଇ ଆତ୍ମହତ୍ୟା କରିବା ପୂର୍ବରୁ ନିଜର ଫୋନରୁ ଜଣଙ୍କ ନିକଟକୁ ଫଟୋ ପଠାଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିପାରିଛି ।
ତେବେ ସେ ଯାହାଙ୍କ ନିକଟକୁ ଫଟୋ ପଠାଇଛନ୍ତି ହୁଏତ ସେ ହିଁ ତାଙ୍କ ମୃତୁ୍ୟର କାରଣ ହୋଇଥାଇାପାରନ୍ତି ବୋଲି ପୁଲିସ ସନେ୍ଦହ କରୁଛି ।