୪୦ ମିନିଟ ଧରି ମୋଦିଙ୍କ ସହ କଥା ହେଲେ ଟ୍ରମ୍ପ
ମଧ୍ୟପ୍ରାଚ୍ୟରେ ପ୍ରାୟ ୧ ମାସରୁ ଊଦ୍ଧ୍ୱର୍ ହେବ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଛି ଭୟାବହ ଯୁୁଦ୍ଧ । ଏହି ଯୁଦ୍ଧରେ ନା ଝୁଙ୍କୁଛି ଇରାନ ନା ଥମୁଛନ୍ତି ଆମେରିକା-ଇସ୍ରାଏଲ ।
ଇରାନ ପକ୍ଷରୁ ହର୍ମୁଜ ପ୍ରଣାଳୀକୁ ବନ୍ଦ କର ରଖିବା ଯୋଗୁଁ ଏବେ ସମଗ୍ର ବିଶ୍ୱରେ ଅଶୋଧିତ ତୈଳ ଓ ଗ୍ୟାସର ସଂକଟ ଦେଖାଦେଇଛି ।
ଏହି ସଂକଟରୁ ବାହାରିବା ପାଇଁ ଆମେରିକା ରାଷ୍ଟ୍ରପତି ଗତ କିଛି ଦିନ ତଳେ ଦ୍ୱିତୀୟ ଥର ପାଇଁ ୨ ସପ୍ତାହ ବା ୧୪ ଦିନର ଯୁଦ୍ଧବିରତି ଘୋଷଣା କରିଥିଲେ ।
ଏଥିସହ ଗତ ସପ୍ତାହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହୱାଜ ସରିଫଙ୍କ ମଧ୍ୟସ୍ଥତାରେ ଇସଲାମବାଦରେ ଆମେରିକା ଉପରାଷ୍ଟ୍ରପତି ଜେ.ଡି.ଭାନ୍ସ ଓ ଇରାନୀ ପାର୍ଲାମେଂଟ ସଚିବ ବାଘେରଙ୍କ ମଧ୍ୟରେ ୨୧ ଘଂଟାର ଶାନ୍ତି ଆଲୋଚନା ଚାଲିଥିଲା; କିନ୍ତୁ ତେଲ, ଗ୍ୟାସ ଓ ୟୁରାନିୟମ ପ୍ରସଙ୍ଗରେ ସହମତି ନ ହେବାରୁ ଏହି ଶାନ୍ତି ଆଲୋଚନା ବିଫଳ ହୋଇଥିଲା । ଏଥିପାଇଁ ଇରାନ ଓ ଆମେରିକା ପରସ୍ପରକୁ ଦାୟୀ କରିଥିଲେ ।
ଅନ୍ୟପଟେ ଯେସାକୁ ତେସା ନୀତି ଆପଣାଇ ଏବେ ରାଷ୍ଟ୍ରପତି ଟମ୍ପଙ୍କ ନିର୍ଦେଶରେ ପାରସ୍ୟ ଉପସଗାରର ପୂର୍ବ ଅଂଚଳକୁ ଆମେରିକା ନୌସେନା ଦଖଲ କରି ରଖିଛି ।
ଇରାନର କୌଣସି ଜାହାଜ ନିକଟକୁ ଆସିଲେ ତାକୁ ଧ୍ୱଂସ କରିଦିଆଯିବ ବୋଲି ଚେତାବନୀ ମଧ୍ୟ ଦେଇଛି ।
ତେବେ ଇତିମଧ୍ୟରେ ବୁଧବାର ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଫୋନ ଯୋଗେ ୪୦ ମିନିଟ ଧରି କଥା ହୋଇଛନ୍ତି ।
ଏହି କଥାବାର୍ତା ମଧ୍ୟରେ ଭାରତ-ଆମେରିକା ମଧ୍ୟରେ ବାଣିଜି୍ୟକ ସମ୍ପର୍କ ମଧ୍ୟ ସ୍ଥାନ ପାଇଥିବା ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଏକ୍ସ ସୋସିଆଲ ଆକାଂଉଟରେ ଉଲ୍ଲେଖ କରିଛନ୍ତି ।