ଭିଜିଲାନ୍ସ ପଞ୍ଝାରେ ଜଳସେଚନ ସେଂଟ୍ରାଲ ସର୍କଲ ଯନ୍ତ୍ରୀ
ନଗଦ ୬.୨୩ ଲକ୍ଷ ସହ ୬୦ ଲକ୍ଷ ଟଙ୍କାର ଜମା ରାଶି ଜବତ
ବୁଧବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ । ସେ ହେଉଛନ୍ତି ଭିଜିଲାନ୍ସ ପଞ୍ଝାରେ ଜଳସେଚନ ସେଂଟ୍ରାଲ ସର୍କଲ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି ।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ସକାଳୁ ଭିଜିଲାନ୍ସ ଅଧିକାରୀମାନେ ଏକକାଳୀନ ଯନ୍ତ୍ରୀ ଶ୍ରୀ ମହାନ୍ତିଙ୍କ ଭୁବନେଶ୍ୱର, ଢେଙ୍କାନାଳ ଓ ଯାଜପୁରସ୍ଥିତ ଘର, ଫାର୍ମହାଉସ ଓ କାର୍ଯ୍ୟାଳୟ ଉପରେ ଏକକାଳୀନ ଚଢ଼ଉ କରିଛନ୍ତି ।
ଚଢ଼ଉବେଳେ ସେଂଟ୍ରାଲ ସର୍କଲ ଯନ୍ତ୍ରୀ ଶ୍ରୀ ମହାନ୍ତିଙ୍କ ଅମାପ ସମ୍ପତି ଦେଖି ସେମାନେ ତାଜୁବ ହୋଇଯାଇଥିଲେ । ଚଢ଼ଉ ସମୟରେ ତାଙ୍କ ଘରୁ ନଗଦ ୬.୨୩ ଲକ୍ଷ ଟଙ୍କା ସହ ୬୦ ଲକ୍ଷ ଟଙ୍କାର ଜମା ରାଶିକୁ ଭିଜିଲାନ୍ସ ଅଧିକାରୀ ଜବତ କରିଛନ୍ତି ।
ଏଥିସହିତ ୨ଟି ଚାରି ଚକିଆ ଦାମୀ କାର, ୨ଟି ଦୁଇ ଚକିଆ ଗାଡ଼ି ଠାବ କରାଯାଇଛି ।
ଏତଦ୍ବ୍ୟତୀତ ଢେଙ୍କାନାଳରେ ରହିଛି ବାବୁଙ୍କ ୪ ହଜାର ବର୍ଗଫୁଟର ଫାର୍ମ ହାଉସ ।
ତାଙ୍କ ନାମରେ ଗୋଟିଏ ପ୍ଲଟ, ୩ ହଜାର ବର୍ଗଫୁଟର ୩ ମହଲା କୋଠା ରହିଛି ।
ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଘରୁ ଠାବ ହୋଇଛି ପୁଳା ପୁଳା ଟଙ୍କା ଏକାଧିକ ଦାମୀ ଘଂଟା ଓ ସୁନା ଅଳଙ୍କାର ।
ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶ୍ରୀ ମହାନ୍ତି ଏତେ ସଉକିନିଆ ଯେ ସେ କାର ଥାଇ ମଧ୍ୟ କାରରେ ଯାତ୍ରା ନକରି ପ୍ରାୟତଃ ବିମାନଯାତ୍ରା କରିଥାନ୍ତି । ସେ ଏଯାବତ ବିମାନଯାତ୍ରାରେ ଖର୍ଚ୍ଚ କରିସାରିଛନ୍ତି ୧୩ ଲକ୍ଷ ୪୭ ହଜାର ଟଂକା ।