ଆସିଲା ରାଉରକେଲା ବିମାନ କ୍ରାସ ରିପୋର୍ଟ
ତେଲ ସରିବାରୁ ହୋଇଥିଲା ଦୁର୍ଘଟଣା
ଗତ ଜାନୁଆରୀ ୧୦ ତାରିଖରେ ଏୟାର ଇଣ୍ଡିଆ ୱାନର ବିମାନ କ୍ରାସ ହୋଇଥିଲା ।
ରାଉରକେଲାରେ ପହଂଚିବା ପୂର୍ବରୁ ବିମାନରୁ ତେଲ ସରିଆସୁଥିବା ସୂଚନା ମିଳିଥିଲା । ଫଳରେ ଇଞ୍ଜିନରେ ସମସ୍ୟା ଯୋଗୁଁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।
ଏହି ବିମାନ ଦୁର୍ଘଟଣାରେ ଆହତ ସୁଶାନ୍ତ କୁମାର ବିଶ୍ୱାଳଙ୍କ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି ।
ମୃତକଙ୍କ ପରିବାରର ଜଣଙ୍କୁ ଇଣ୍ଡିଆ ୱାନ ଏୟାର ସଂସ୍ଥା ଚାକିରି ଦେବ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏଥିସହ ୫ ମାସ ପର୍ଯ୍ୟନ୍ତ ପରିବାରରର ସମସ୍ତ ଖର୍ଚ୍ଚ ସଂସ୍ଥା ବହନ କରିବ ବୋଲି ଇଣ୍ଡିଆ ଏୟାର ୱାନର ସିଇଓ ପ୍ରେମ କୁମାର ଦତ କହଛନ୍ତି ।
ସେହିଭଳି ଶ୍ରୀ ବିଶ୍ୱାଳଙ୍କ ମୃତୁ୍ୟରେ ଶୋକ ପ୍ରକାଶ କରିବା ସହ ପରିବାରର ନିକଟତମ ଆତ୍ମୀୟଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (ସିଏମଆରଏଫ) ପକ୍ଷରୁ ୧୪ ଲକ୍ଷର ଅନୁକମ୍ପାମୂଳକ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ସୋସିଆଲ ଆକାଂଟରେ ପ୍ରକାଶ କରିଛନ୍ତି ।