କେୱାଇସି ବିନା ଚାଲିବନି ଫେସବୁକ, ଇନଷ୍ଟାଗ୍ରାମ
ସାମାଜିକ ଗଣମାଧ୍ୟମ କହିଲେ ସାଧାରଣ ଲୋକଙ୍କ ନିକଟରେ ଫେସବୁକ, ଇନଷ୍ଟାଗ୍ରାମ ଇତ୍ୟାଦି ବିଶେଷ ଭାବେ ପରିଚିତ । ଯାହାକି ସାଧାରଣ ଜୀବନରେ ଏହାର ବିଶେଷ ପ୍ରଭାବ ପଡ଼ିଛି ।
ତେବେ ଏମାନଙ୍କ ଜରିଆରେ ବିଭିନ୍ନ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି । ବହୁ କ୍ଷେତ୍ରରେ ନକଲି ଆକାଉଂଟ, ଠକେଇ, ସାଇବର ଅପରାଧ ଇତ୍ୟାଦି ସାଧାରଣଙ୍କୁ ଦୁଶ୍ଚିନ୍ତାରେ ପକାଉଛି ।
ତେଣୁ ଏହି ସମସ୍ତ ବିଷୟକୁ ଗୁରୁତ୍ୱ ଦେଇ ଓ ବିଚାର କରି ସରକାର ସାମାଜିକ ଗଣମାଧ୍ୟମ ଅର୍ଥାତ ସୋସିଆଲ ମିଡିଆ ବ୍ୟବହାର କ୍ଷେତ୍ରରେ କେୱାଇସ ବାଧ୍ୟତାମୂଳକ କରିବାକୁ ଯାଉଥିବା ଜଣାପଡ଼ିଛି । ଯାହାଦ୍ୱାରା ଅନ୍ଲାଇନ୍ ସୁରକ୍ଷିତ ରହିବାରେ ସକ୍ଷମ ହେବ ।
ବିଶେଷ କରି ମହିଳା ଓ ଶିଶୁଙ୍କ ପାଇଁ ଏସବୁ କରିବାକୁ ଯୋଜନା କରାଯାଉଛି । ଯଦି ଏହି ନିୟମ କାର୍ଯ୍ୟକାରୀ ହୁଏ, ତେବେ ବ୍ୟବହାରକାରୀଙ୍କୁ ଆକାଉଂଟ ତିଆରି କରିବା କିମ୍ବା ଲଗଇନ କରିବା ପୂର୍ବରୁ ସେମାନଙ୍କର ପରିଚୟ ଯାଂଚ କରିବାକୁ ପଡ଼ିବ ।
ଏହାର ଅର୍ଥ ହେଉଛି ସୋସିଆଲ୍ ମିଡ଼ିଆକୁ ଅଜ୍ଞାତ ଭାବରେ ବ୍ୟବହାର କରିବା ଆଉ ସହଜ ହେବ ନାହିଁ । ବିଶେଷ କରି ନାବାଳକମାନଙ୍କୁ ଏହି କ୍ଷେତ୍ରରେ ସୁରକ୍ଷା ପ୍ରଦାନ କରବା ସମ୍ଭବ ବୋଲି କୁହାଯାଇଛି ।