ପଦ୍ମା ନଦୀକୁ ବସ ଖସି ୨୩ ମୃତ
ବାଂଲାଦେଶର ରାଜବାଡ଼ି ଜିଲାରେ ଏକ ସଡ଼କ ଦୁର୍ଘଟଣାରେ ୨୩ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ ଏକ ଯାତ୍ରୀବାହୀ ବସ୍ ପଦ୍ମ ନଦୀକୁ ଖସିଯିବାଦ୍ୱାରା ୨୩ଜଣଙ୍କ ମୃତୁ୍ୟ ଘଟିଥିବାବେଳେ ୨୦ଜଣ ଭଳି ଯାତ୍ରୀଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି ।
ଅନେକେ ନିଖୋଜ ମଧ୍ୟ ରହିଛନ୍ତି । ଗତକାଲି ସନ୍ଧ୍ୟାରେ ବସ୍ଟି ୫୦ଜଣ ଯାତ୍ରୀଙ୍କୁ ନେଇ ରାଜବାଡ଼ିରୁ ଢାକା ଅଭିମୁଖେ ଯାଉଥିଲା ।
ସନ୍ଧ୍ୟା ୫ଟା ସମୟରେ ଦୌଲତଦିଆ ଫେରି ଟର୍ମିନାଲ ନମ୍ବର ୩ ସମ୍ମୁଖରେ ଏକ ଭେସେଲରେ ଚଢ଼ିବା ସମୟର ନିୟନ୍ତ୍ରଣ ହରାଇ ପାଣିରେ ପଡ଼ିଯାଇଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଓ ପୁଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ୨୦ଜଣ ଭଳି ଯାତ୍ରୀଙ୍କୁ ଉଦ୍ଧାର କରାଯିବା ସମ୍ଭବ ହୋଇଛି, ସେମାନଙ୍କୁ ସ୍ଥାନୀୟ ହାସପାତାଳରେ ଭର୍ତି କରାଯାଇଛି ।
ତେବେ ୨୩ଜଣଙ୍କୁ ମୃତ ଅବସ୍ଥାରେ ପୁଲିସ ଉଦ୍ଧାର କରିଛି, ଏବେ ସୁଦ୍ଧା ଅନେକେ ନିଖୋଜ ରହିଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ସ୍ଥାନୀୟ ପ୍ରଶାସନ ଓ ରିଲିଫ୍ ଦଳ ଘଟଣାସ୍ଥଳରେ ପହଂଚି ପରିସ୍ଥିତି ଉପରେ ନଜର ରଖିଛନ୍ତି ।