ଫଲତାରେ ୮୮ ପ୍ରତିଶତ ମତଦାନ
ପଶ୍ଚିମବଙ୍ଗର ଫଲତା ନିର୍ବାଚନମଣ୍ଡଳୀରେ ଗୁରୁବାର ପୁନଃ ମତଦାନ ହୋଇଛି ।
କଡ଼ା ସୁରକ୍ଷା ମଧ୍ୟରେ ଆଜି ଫଲତାରେ ପୁନଃ ଭୋଟ ଗ୍ରହଣ ହୋଇଥିବାବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୮୮.୭୮% ମତଦାନ ରେକର୍ଡ଼ କରାଯାଇଛି ।
ତେବେ ଟିଏମସି ପ୍ରାର୍ଥୀ ଜାହାଙ୍ଗିର ଖାନ ଆଜି ଭୋଟ ଦେଇ ନାହାନ୍ତି ବୋଲି ନିର୍ବାଚନ ଅଧିକାରୀମାନେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଏପ୍ରିଲ ୨୯ ତାରିଖରେ ହୋଇଥିବା ଭୋଟ ଗ୍ରହଣରେ ଇଭିଏମ ଜାଲିଆତି କରାଯାଇଥିବା ଅଭିଯୋଗ ଏବଂ ୱେବ କ୍ୟାମେରା ଫୁଟେଜରେ ହେରଫେର କରାଯାଇଥିବା ଅଭିଯୋଗ ହେବା ପରେ ନିର୍ବାଚନ କମିସନ ଫଲତାରେ ନିର୍ବାଚନ ରଦ୍ଧ କରି ଏଠାରେ ପୁଣି ଥରେ ମତଦାନ ପାଇଁ ନିର୍ଦେଶ ଦେଇଥିଲେ ।
ଦକ୍ଷିଣ ୨୪ପ୍ରଗଣାର ଏହି ନିର୍ବାଚନମଣ୍ଡଳୀରେ ୨.୩୬ଲକ୍ଷରୁ ଅଧି କଭୋଟର ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ।
ସକାଳ ୭ଟାରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା । ଫଲତା ପୁନଃ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ୩୦ କମ୍ପାନୀ କେନ୍ଦ୍ରୀୟ ବାହିନୀ ମୁତୟନ ହୋଇଥିଲେ ।