ବଢ଼ିଲା ସାଳନ୍ଦୀ ଜଳସ୍ତର, ଲୋକେ ଆତଙ୍କିତ
ଭଦ୍ରକରେ ପୁଣି ବନ୍ୟା ଆଶଙ୍କା ଦେଖାଦେଇଛି ।
ଭଦ୍ରକ ତଳିଆ ଅଂଚଳରେ ପୁଣି ପାଣି ପଶିବା ଆଶଙ୍କା ଦେଖାଦେଇଛି ।
ତଳଗୋପବିନ୍ଧା, ତିଆଡ଼ି ସାହି ପୋଲ ଉପରେ ୨ ଫୁଟର ପାଣି ଚାଲିଛି ।
ଫଳରେ ୬ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ତେଣେ ସାଳନ୍ଦୀ ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି ।
ରାଜଘାଟରେ ୧୬.୩୦ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି ।
ଏହା ଦେଖି ଏରେଇଁ ପଂଚାୟତର ଲୋକେ ପୁଣି ଥରେ ଉଚ୍ଚ ନିରାପଦ ସ୍ଥାନକୁ ଯିବାକୁ ବାଧ୍ୟ ହୋଇଛନ୍ତିି ।
ପ୍ରଶାସନ ମଧ୍ୟ ଯେ କୌଣସି ପରିସ୍ଥିତିର ମୁକାବିଲା ନିମନ୍ତେ ଓଡ୍ରାଫ ଓ ଅଗ୍ନିଶମ ବାହିନୀକୁ ସଜାଗ ରଖିଛି ।








