ଭାଙ୍ଗିଲା ସ୍କୁଲ ପାଚେରି, ୨ ଆହତ
କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦୀ ପଂଚାୟତର ଲମତାପୁଟରେ ଏକ ସ୍କୁଲର ପାଚେରି ଭାଙ୍ଗିଯିବାରୁ ୨ ଜଣ ଛାତ୍ର ଆହତ ହୋଇଛନ୍ତି । ବିଦ୍ୟାଳୟର ଲୁହା ଗ୍ରିଲକୁ ଠେଲି ପ୍ରବେଶ କରୁଥିବାବେଳେ ଏହି ଅଘଟଣ ଘଟିଥିଲା ।
ଦୁଇ ଛାତ୍ରଙ୍କ ଉପରେ ପାଚେରି ଭାଙ୍ଗି ପଡ଼ିବାରୁ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।
ଆହତ ୨ ଛାତ୍ରଙ୍କୁ ଚିକିତ୍ସା ନିମନ୍ତେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି ।
ତେବେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।








