ଟାଟା ମୋଟର୍ସ ସର୍ଭିସ ସେଂଟରରେ ଅଗ୍ନିକାଣ୍ଡ
ସୋମବାର ଖୁଂଟୁଣୀସ୍ଥିତ ୫୫ନଂ ଜାତୀୟ ରାଜପଥ ପାର୍ଶରେ ଥିବା ଟାଟା ମୋଟର୍ସ ସର୍ଭିସ ସେଂଟରରେ ଅଗ୍ନିକାଣ୍ଡ ଘଟିଛି । ପୂର୍ବାହ୍ନରେ ଏହି ଅଗ୍ନିକାଣ୍ଡ ଘଟିଥିଲା ।
ନିଆଁ ଲାଗିବାର ସଠିକ୍ କାରଣ ଜଣାପଡ଼ି ନାହିଁ ।
ତେବେ ୱେଲ୍ଡିଂ ଚାଲିଥିବା ସମୟରେ ନିଆଁର ସ୍ଫୁଲିଙ୍ଗ କିଛି ଯନ୍ତ୍ରାଂଶ ଓ ସ୍କ୍ରାପ ଉପରେ ପଡ଼ିବାରୁ ହୁଏତ ନିଆଁ ଲାଗିଥିଲା ବୋଲି ଅଗ୍ନିଶମ କର୍ମୀମାନେ ମନେ କରୁଛନ୍ତି ।
ଖବର ପାଇ ଆଠଗଡ଼ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।