ଭୁୁବନେଶ୍ୱରରୁ ସିଙ୍ଗାପୁରକୁ ବିମାନ ସେବା ବନ୍ଦ
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଥମିବାକୁ ନା ନେଉଁନି । ପ୍ରାୟ ୧ ମାସରୁ ଊଦ୍ଧ୍ୱର୍ ସମୟ ହେବ ମଧ୍ୟପ୍ରାଚ୍ୟ ଏହି ଯୁଦ୍ଧ ଯୋଗୁଁ ଜଳୁଛି ।
ଗୋଟିଏ ପଟେ ଆମେରିକା ଓ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ଇରାନ ଛାରଖାର ହୋଇସାରିଥିବାବେଳେ ଇରାନ ଏହାର କଡ଼ା ପ୍ରତିଜବାବ ଦେଇଚାଲିଛି ।
ଇରାନର ବାଲିଷ୍ଟିକ ମିସାଇଲ ଆକ୍ରମଣରେ ଦୁବାଇ, କୁଏତ, ଓମାନ, ବାହାରିନ ଆଦି ବିମାନ ବନ୍ଦର ବହୁତ କ୍ଷତିଗ୍ରସ୍ତ ହୋଇସାରିଛି ।
ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଘରୋଇ ବିମାନ ପରିଚାଳନା ମନ୍ତ୍ରଣାଳୟ ପୂର୍ବରୁ ଦୁବାଇ ସମେତ ମଧ୍ୟପ୍ରାଚ୍ୟର ୯ଟି ରାଷ୍ଟ୍ରକୁ ବିମାନ ସେବା ବନ୍ଦ ରଖିଥିଲେ ।
ଏବେ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱରରୁ ସିଙ୍ଗାପୁରକୁ ମଧ୍ୟ ବିମାନ ସେବା ବନ୍ଦ କରିବାକୁ ଘୋଷଣା କରିଛନ୍ତି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାବନନ୍ଦରର ନିର୍ଦେଶକ ପ୍ରସନ୍ନ ପ୍ରଧାନ ।
ପୂର୍ବରୁ ଯୁ୍ଦ୍ଧ ସ୍ଥିତି ପାଇଁ ଦୁବାଇକୁ ବିମାନ ସେବା ବନ୍ଦ ଥିଲା ।
ସେହିପରି ଇନେ୍ଦାର, ଡେରାଡୁନ ଓ କୋଚିନକୁ ମଧ୍ୟ ଉଡ଼ାଣ ବନ୍ଦ ହୋଇଛି ।
ତେବେ କେବଳ ଯୁଦ୍ଧ ପାଇଁ ନୁହେଁ ଅଫ ସିଜିନ ପାଇଁ କିଛି ବିମାନ କମ୍ପାନୀ ଉଡ଼ାଣ ବନ୍ଦ ରଖିଥିବା ସେ ସ୍ପଷ୍ଟ କରିଛନ୍ତି ।
ଆଉ କିଛି ନୂଆ ସ୍ଥାନକୁ ଉଡ଼ାଣ ନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।