ଆତ୍ମସମର୍ପଣ କଲା ମାଓ କମାଣ୍ଡର ସୋମନ୍ନା
ଆଉ କେଇ ଘଂଟା ପରେ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ କେନ୍ଦ୍ର ସରକାର ଦେଇଥିବା ଡେଟଲାଇନ ସରିବ । ଅର୍ଥାତ ରାତି ପାହିଲେ ଯେଉଁ ନକ୍ସଲମାନେ ଆତ୍ମସମର୍ପଣ କରିନଥିବେ ସେମାନଙ୍କୁ ଖୋଜି ଖୋଜି ଏନକାଉଂଟର କରିବେ ସୁରକ୍ଷାକର୍ମୀ ।
ଏହା ଭିତରେ ଉଭୟ ଛତିଶଗଡ଼ ଏବଂ ଓଡ଼ିଶାରେ ଶତାଧିକ ନକ୍ସଲ ପୁଲିସ ସମ୍ମୁଖରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇସାରିଛନ୍ତି ।
ଆଜି ଆଉ ଜଣେ ମାଓ କମାଣ୍ଡର ସୋମନ୍ନା ଆନ୍ଧ୍ରପ୍ରଦେଶ ପୁଲିସ ସମ୍ମୁଖରେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ।
ଆଜି ବିଜୟୱାଡାରେ ଚେଲୁରୁ ନାରାୟଣ ରାଓ ଓରଫ ସୋମନ୍ନା ଆତ୍ମସମର୍ପଣ କରିଛନ୍ତି । ସେ ଆନ୍ଧ୍ର-ଓଡ଼ିଶା-ବର୍ଡର ଷ୍ଟେଟ କମିଟି ପାଇଁ କାମ କରୁଥିଲେ ।