ନକ୍ସଲ ପ୍ରସଙ୍ଗରେ କଂଗ୍ରେସକୁ ଧୋେଇଲେ ଶାହ
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ନକ୍ସଲଙ୍କୁ ପ୍ରମୋଟ କରୁଥିଲେ
ବେଙ୍ଗଲର ନକ୍ସଲବାଡ଼ିରୁ ଭାରତରେ ନକ୍ସଲବାଦ ଜନ୍ମ ନେଇଥିଲା । ପୂର୍ବ ସରକାରଙ୍କ ଅପରାଗତା ଯୋଗୁଁ ୧୯୭୦ରୁ ୨୦୦୪ ମଧ୍ୟରେ ଦେଶରେ ନକ୍ସଲ ସମସ୍ୟା ବଢ଼ିଲା । ଏହି କାଳଖଣ୍ଡରେ ୪ ବର୍ଷ ଛାଡ଼ି ବାକି ସମୟ କଂଗ୍ରେସ ଶାସନ କରୁଥିଲା ।
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି କ୍ଷମତାରେ ଥିବାବେଳେ ନକ୍ସଲବାଦକୁ ସମର୍ଥନ କରିବା ସହ ନକ୍ସଲଙ୍କୁ ପ୍ରମୋଟ କରୁଥିଲେ ।
ନକ୍ସଲଙ୍କ ପାଖକୁ ଯେଉଁ ଅସ୍ତ୍ର ଆସୁଥିଲା ସେଥିରୁ ୯୨% ଥିଲା ଥାନା ଲୁଟ୍ରୁ ମିଳୁଥିଲା । ଥାନାକୁ ଜାଳି ନକ୍ସଲମାନେ ଏସବୁ ଅସ୍ତ୍ର ଅକ୍ତିଆର କରୁଥିଲେ ।
ବିଗତ ବର୍ଷଗୁଡ଼ିକରେ ନକ୍ସଲ ଆକ୍ରମଣରେ ୨୦ ହଜାର ଲୋକ ପ୍ରାଣ ହରାଇଥିବାବେଳେ ଛତିଶଗଡ଼ର ବସ୍ତରରେ ଏକ ସମାନ୍ତରାଳ ସରକାର ଚାଲିଥିଲା । ମାତ୍ର ଏହାକୁ ଆମ ସରକାର ଖତମ କରିବା ପାଇଁ ଶପଥ ନେଇଥିଲା । ଆମେ ସାଲିସ ନୁହେଁ ବରଂ ଗୁଳିର ଜବାବ ଗୁଳିରେ ଦେଲୁ । ଆତ୍ମସମର୍ପଣ ନକଲେ ଗୁଳିର ସାମ୍ନା କରିବାକୁ ପଡ଼ିବ ବୋଲି ମାଓବାଦୀଙ୍କୁ ଚେତାବନୀ ଦେଲୁ ।
ପୂର୍ବରୁ ନିଜର ରାଜନୈତିକ ସ୍ୱାର୍ଥ ପାଇଁ କିଛି ଲୋକ ନକ୍ସଲଙ୍କୁ ଭଗତ ସିଂହ ଓ ସ୍ୱାଧୀନତା ସଂଗ୍ରାମର ମହାନ ଯୋଦ୍ଧା ବିର୍ସା ମୁଣ୍ଡାଙ୍କ ସହ ତୁଳନା କରୁଥିଲେ । ତେବେ କେଉଁ ବିଚାରଧାରାରେ ଶହିଦ ଭଗତ ସିଂହ ଓ ବିର୍ସା ମୁଣ୍ଡାଙ୍କୁ ନକ୍ସଲଙ୍କ ତୁଳନା କରାଯାଉଥିଲା ବୋଲି ଆଜି ସଂସଦରେ କଂଗ୍ରେସକୁ ପ୍ରଶ୍ନ ମାରି ଘାଇଲା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ସେ ଆହୁରି କହିଛନ୍ତି ଯେ, ସ୍ୱାଧୀନତା ପରେ ବାମପନ୍ଥୀ ଉଗ୍ରବାଦୀମାନେ ସରଳ ଆଦିବାସୀଙ୍କୁ ଅସ୍ତ୍ର ଭାବେ ବ୍ୟବହାର କଲେ । ଯେଉଁମାନେ ନ ମାନିଲେ ସେମାନଙ୍କୁ ବର୍ବରତା ସହ ହତ୍ୟା କଲେ । ତେବେ ନିରୀହ ଲୋକଙ୍କୁ ଅସ୍ତ୍ରରେ ହତ୍ୟା କେଉଁ ପ୍ରକାରର ସ୍ୱାମ୍ବିଧାନିକ ବ୍ୟବସ୍ଥା ବୋଲି ଶ୍ରୀ ଶାହ ପଚାରିଥିଲେ ।
ତେବେ ଆଜି ସଂସଦରେ ମାଓଇଷ୍ଟ ଚିନ୍ତାଧାରା ପୋଷଣ କରୁଥିବା ରୁଷିଆ ଓ ଚୀନର ଉଦାହରଣ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ୯୨୫ରେ ରୁଷିଆରେ ସାମ୍ୟବାଦ ସରକାର ଆସିଥିବାବେଳେ ଭାରତରେ ସିପିଆଇର ଗଠନ ହେଲା ।
ଏହାପଛରେ କି ବୁଝାମଣା ହୋଇଥିଲା ନା ନାହିଁ ବୋଲି ଶ୍ରୀ ଶାହ ପଚାରିଥିଲେ । ସେହିପରି ୧୯୬୪ରେ ଚୀନ-ରୁଷିଆ ଭଳିରୁ ଭାରତରେ ସିପିଆଇ(ଏମ୍) ମୁଣ୍ଡ ଟେକିଲା । ୧୯୬୯ରେ ଭାରତରେ ସୃଷ୍ଟି େ ହଲା ସିପିଆଇ (ଏମଏଲ) ।
ଆଜି ଦେଶ ସମ୍ପୂର୍ଣ୍ଣ ରୂପେ ନକ୍ସଲ ଓ ମାଓମୁକ୍ତ ହେବାକୁ ଯାଉଛି ।
୧୯୨୫ରୁ ୧୦୧ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋିଙ୍କ ନେତୃତ୍ୱରେ ଦେଶରେ ନକ୍ସଲବାଦର ଅନ୍ତ ଘଟିଛି ।
ତେବେ କାହିଁକି ନକ୍ସଲଙ୍କ ରକ୍ତପାତକୁ ନେଇ କଂଗ୍ରେସ ନେତା ଚୁପ୍ ବସିଛନ୍ତି ।
ଏଥିସହ ନକ୍ସଲ ସମ୍ପର୍କିତ ଏକ ରାୟକୁ ନେଇ ଜଷ୍ଟିସ ସୁଦର୍ଶନ ରେଡ୍ଡୀଙ୍କୁ ମଧ୍ୟ ଶ୍ରୀ ଶାହ ଟାର୍ଗେଟ କରିଛନ୍ତି । ୨୦୧୧ର ସାଲୱା ଜୁଡୁମ ରାୟକୁ ନେଇ ସେ ଜଷ୍ଟିସ ରେଡ୍ଡୀଙ୍କୁ ନିଶାନା କରିଛନ୍ତି
। ଆଜିର ଏହି ସଫଳତାର ଶ୍ରେୟ ଦେଶର ଯବାନଙ୍କ ସହିତ ଆଦିବାସୀଙ୍କୁ ଯାଉଛି ବୋଲି ସେ କହିଛନ୍ତି ।